Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଜୋର, ନେତାଙ୍କ ଘରେ ବଢିଲାଣି ଗହଳି, ସେପଟେ ସଂରକ୍ଷଣକୁ ନେଇ ଶାସକ-ବିରୋଧୀ ତୁ ତୁ ମେଁ ମେଁ

10/10/2021 at 8:15 PM

ଭୁବନେଶ୍ଵର ୧୦।୧୦: ପଞ୍ଚାୟତ ନିର୍ବାଚନ ଲାଗି ପ୍ରଶାସନିକ ପ୍ରସ୍ତୁତି ବଢୁଥିବା ବେଳେ ନେତାଙ୍କ ଘରେ ଗହଳି ବି ବଢିଲାଣି। ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ  ନିର୍ବାଚନ ନେଇ ରାଜଧାନୀରେ  ବିଧାୟକଙ୍କ ଘରେ ଅଙ୍କକଷା ଚାଲିଲାଣି। ସେପଟେ କିନ୍ତୁ ୪ ଜିଲ୍ଲାରେ ଜିଲ୍ଲା ପରିଷଦ ଆସନରେ ଓବିସି ସଂରକ୍ଷଣ ନଥିବା ନେଇ ସରକାରଙ୍କୁ  ଘେରିଛନ୍ତି ବିରୋଧୀ । ଯାହାର ଜବାବ ରଖିଛି ବିଜେଡି।

ପଞ୍ଚାୟତ ଭୋଟ ସଂରକ୍ଷଣ ତାଲିକା ଆସିବା ପରେ ନେତାଙ୍କ ଘରେ ଗହଳି । ପଞ୍ଚାୟତ ନିର୍ବାଚନରେ କେଉଁ ବର୍ଗଙ୍କ ଲାଗି କେଉଁ ସିଟ ସଂରକ୍ଷଣ ରହିଲା ତାର ଚିଠା ତାଲିକା ପ୍ରକାଶ ପାଇବା ପରେ ରାଜଧାନୀ ମୁହାଁ ହେଲେଣି ପଞ୍ଚାୟତ ନେତାଏ । ନିଜ ନିଜ ପଞ୍ଚାୟତ ଲାଗି ବିଧାୟକଙ୍କ ସହ ଅଙ୍କ କଷା ବି ଚାଲିଲାଣି । ବିଧାୟକ ଅମର ଶତପଥୀ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ବାସଭବନରେ ଗହଳି ଲାଗିଲାଣି। ଯେଉଁଠି ପଞ୍ଚାୟତ ନିର୍ବାଚନ ସଂରକ୍ଷଣକୁ ନେଇ ତର୍ଜମା ଚାଲିଛି ।

ସେପଟେ ସରକାରଙ୍କ ସଂରକ୍ଷଣ ତାଲିକାକୁ ନେଇ କିନ୍ତୁ ବିରୋଧୀ ଖୁସି ନାହାନ୍ତି । ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ସମ୍ବଲପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ  ପଞ୍ଚାୟତ ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ସଂରକ୍ଷଣ  ଚିଠା ତାଲିକାରେ ସ୍ଥାନ ନଥିବାରୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ସଂରକ୍ଷଣ ଆଇନ ସଂଶୋଧନ ପରେ ବି ଚାରି ଚାରିଟି ଜିଲ୍ଲାରେ ଜିଲ୍ଲା ପରିଷଦ ସଦସ୍ୟ ଲାଗି  ଓବିସି ବର୍ଗ ପାଇଁ ସଂରକ୍ଷଣ ଆଦୌ ନାହିଁ। ସେମିତି  ଦୁଇଟି ବ୍ଲକର ପଞ୍ଚାୟତ ସମିତିରେ ଓବିସିଙ୍କ ସ୍ଥାନ ନାହିଁ । ରାଜ୍ୟ ସରକାର ଓବିସି ମାନଙ୍କ ଅଧିକାର ପ୍ରତି ଉଦାସୀନ ଏବଂ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । କୋର୍ଟକୁ ଯିବାକୁ ଦଳ ଦେଇଛି ଚେତାବନୀ । ସେମିତି କଂଗ୍ରେସ ମଧ୍ୟ ଓବିସି ଓ ମହିଳା ସଂରକ୍ଷଣ ତ୍ରୁଟିପୂର୍ଣ୍ଣ ବୋଲି କହି ସରକାରଙ୍କୁ ଟାର୍ଗେଟ୍ କରିଛି ।

ପୂର୍ବରୁ ୬୫ ପ୍ରତିଶତ ଯାଏ ସଂରକ୍ଷଣ ଥିବାବେଳେ ଓବିସିଙ୍କ ଲାଗି ପାଖାପାଖି ୨୭ ପ୍ରତିଶତ ସିଟ ସରକାର ସଂରକ୍ଷଣ ରଖୁଥିଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସରଂକ୍ଷଣକୁ ୫୦ ପ୍ରତିଶତ ଭିତରେ ସୀମିତ ରଖିବା ଲାଗି ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ଆଇନରେ ସଂଶୋଧନ କରିଛନ୍ତି । ସେଥିଲାଗି ସବୁ ଜିଲ୍ଲାରେ ଓବିସି ସଂରକ୍ଷଣ ୨୭ ପ୍ରତିଶତ ରଖିବା ଏବେ ସରକାରଙ୍କ ପାଇଁ ସହଜ ହେଉନି । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି । ସେପଟେ ଜବାବରେ ବିଜେଡି କହିଛି ଜନସଂଖ୍ୟା ଆଧାର ଓ ବ୍ୟବସ୍ଥା ଭିତରେ ସରକାର ସଂରକ୍ଷଣ ଚିଠା କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ଓବିସିଙ୍କ  ଭିତରୁ ୨୭ ପ୍ରତିଶତ ଦଳୀୟ ପ୍ରାର୍ଥୀ ଦେବାକୁ ବିଜେଡି ସୁପ୍ରିମୋ ନବୀନ ଘୋଷଣା କରି ସାରିଛନ୍ତି । ତେଣୁ ବିଜେଡି ସବୁବେଳେ ଓବିସିଙ୍କ ସହ ଅଛି ବୋଲି କହି ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି ।

ମାର୍ଚ୍ଚ  ୫ରେ ପଞ୍ଚାୟତ କାର୍ଯ୍ୟକାଳ ସରୁଥିବାରୁ ଠିକ ସମୟରେ  ନିର୍ବାଚନ କରିବାକୁ ରାଜ୍ୟ ସରକାର  ଏଇ ଅକ୍ଟୋବର ୩୦ ତାରିଖ ସୁଦ୍ଧା  ଚୁଡାନ୍ତ ସଂରକ୍ଷଣ ତାଲିକା ଦେବାକୁ ସମୟ ଧାର୍ଯ୍ୟ କରିଛନ୍ତି । ହେଲେ ଯଦି ସଂରକ୍ଷଣ  ଆପତ୍ତି ଜିଲ୍ଲାପାଳଙ୍କ ସ୍ତରରେ ସମାଧାନ ନହୋଇ  ପୁଣି କୋର୍ଟ କଚେରୀକୁ ଯାଏ ତେବେ ସେଥିରେ ବିଳମ୍ବ ହୋଇପାରେ ।

   Related Posts