ରାଜ୍ୟରେ କରୋନ ମୁକାବିଲା ପ୍ରସ୍ତୁତି: ହେଲପ୍‌ ଲାଇନ୍ ନମ୍ବର ଜାରି କଲା ସ୍ବାସ୍ଥ୍ୟ ବିଭାଗ

Published By : Prameya-News7 Bureau | March 04, 2020 IST

ଭୁବନେଶ୍ବର୪/୩: ଦେଶରେ କରୋନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟସରକାର ତତ୍ପର ହୋଇଛନ୍ତି। ସ୍ବାସ୍ଥ୍ୟ ସଚିବ ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସଭା ସମିତି ନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାର୍ମଶ ଦିଆଯାରିଛି। ଏହା ସହିତ ଏୟାର ପୋର୍ଟରେ ସ୍ବାସ୍ଥ୍ୟ ପରୀକ୍ଷା ତ୍ବାରାନ୍ବିତ କରିବାର ପାଇଁ ଏୟାରପୋର୍ଟ ଅଥରିଟିଙ୍କ ସହିତ ଆଲୋଚନା କରିଛି ସ୍ବାସ୍ଥ୍ୟ ବିଭାଗ

{"id":232883,"sizeSlug":"large"}

ରାଜ୍ୟ ପାଇଁ ବି କରୋନା ଭୟ ବଢ଼ି ବଢ଼ି ଚାଲିଛି। ରାଜ୍ୟରେ କେହି ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି କିନ୍ତୁ ୪ ଜଣଙ୍କୁ ସନ୍ଦେହରେ ଚିକିତ୍ସାଧୀନ ରଖାଯାଇଛି। ଏମାନଙ୍କ ମଧ୍ୟରୁ ଏସସିବିରେ ୨ ଜଣ। ବୁର୍ଲା ମେଡ଼ିକାଲରେ ଜଣେ, କେନ୍ଦୁଝରରେ ଜଣେ ରୋଗୀ। ପାରାଦୀପ ଜାହାଜରୁ ଆସିଥିବା ଲକ୍ଷ୍ମୌ ଦମ୍ପତିଙ୍କ ରକ୍ତ ଓ ସ୍ବାବ ନମୁନା ପରୀକ୍ଷା ପାଇଁ ପୁନେ ପଠାଯାଇଛି। ସେପର୍ଯ୍ୟନ୍ତ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ସୋନପୁରର ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣ ସଂଦେହରେ ବୁର୍ଲା ଭିମସାରରେ ସ୍ବତନ୍ତ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଦୁବାଇରୁ ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ଆଜି ତାଙ୍କର ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ବର RMRCକୁ ପଠାଯାଇଛି ।

{"id":232884,"sizeSlug":"large"}

ଦେଶରେ ୨୮ଜଣ କେରାନାରେ ଆକ୍ରାନ୍ତ ଖବର ଆସିବା ପରେ ତତ୍ପର ହୋଇଛନ୍ତି ରାଜ୍ୟସରକାର। ସ୍ବାସ୍ଥ୍ୟ ସଚିବ କରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ସ୍ଥିତିର ସମୀକ୍ଷା କରିଛି।  ବର୍ତ୍ତମାନ ସୁଦ୍ଧା ୧୧୫ ଜଣଙ୍କୁ  ହୋମ ଆଇସୋଲେସନରେ ରଖାଯାଇଛି। କରୋନା ସନ୍ଦିଗ୍ଧଙ୍କ  ରକ୍ତ ନମୁନା ପରୀକ୍ଷା ପାଇଁ ଏସସିବି ଏବଂ ଆରଏମଆରସିରେ ଟେଷ୍ଟ ଲାବ ଖୋଲିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିବେ ସ୍ବାସ୍ଥ୍ୟ ମନ୍ତ୍ରୀ। ଏହାସହ ସଭା ସମିତି ନକରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାର୍ମଶ ଦିଆଯାଇଛି।

{"id":232886,"sizeSlug":"large"}

ଏପଟେ ବିମାନ  ବନ୍ଦର କତ୍ତୃପକ୍ଷ, ଇମିଗ୍ରେସନ, କଷ୍ଟମ, ଏୟାର ଅପରେଟର, ସିଆଇଏସଏଫ , ବିମାନ ବନ୍ଦର ଗ୍ରାଉଣ୍ଡ ଷ୍ଟାଫ , ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ  ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନେଇ  ବିମାନ ବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ  ବୈଠକ ହୋଇଥିଲା​‌। ଦୀର୍ଘ ଦିନ ଧରି  କାଶ, ଛିଙ୍କ  , ଜ୍ବର ଭଳି ଲକ୍ଷଣ ​‌ଦେଖାଦେଲେ ୯୪୩୭୫୮୫୪୮ ହେଲ୍ପ ଲାଇନ ନମ୍ବରରେ କଲ କରି  ଚିକିତ୍ସା ସମ୍ପନ୍ଧୀୟ ତଥ୍ୟ ପାଇ ପାରିବେ। ରାଜ୍ୟରେ କରୋନା ରୋଗୀ ଚିହ୍ନଟ ହୋଇନଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ସ୍କୁଲ କଲେଜ ଛୁଟି ହେବାର ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.