ଥରୁରଙ୍କ ବିରୋଧରେ ହୋଇପାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : କ୍ୟାଟି ନାମ୍ନୀ ଯୁବତୀ ପାଇଁ ହୋଇଥିଲା ସୁନନ୍ଦାଙ୍କ ସହ ଝଗଡ଼ା

Published By : Prameya-News7 Bureau | September 02, 2019 IST

ନୂଆଦିଲ୍ଲୀ ୨/୯: ଦିଲ୍ଲୀ ପୋଲିସ୍ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ବିରୋଧରେ ପତ୍ନୀ ସୁନନ୍ଦା ପୁଷ୍କରଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଏବଂ ହତ୍ୟା ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ କରିବାକୁ କୋର୍ଟକୁ ଅପିଲ କରିଛି। ପୋଲିସ୍ ଦିଲ୍ଲୀର ସିବିଆଇ କୋର୍ଟର ବିଚାରପତିଙ୍କୁ କହିଥିଲେ –‘ ଅଭିଯୁକ୍ତ ବିରୋଧରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା,ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ତରଫରୁ ଓକିଲ ଅତୁଲ ଶ୍ରୀବାସ୍ତବ ପକ୍ଷ ରଖିଥିଲେ।

ଅତୁଲ କୋର୍ଟରେ ସୁନନ୍ଦା ପୁଷ୍କରଙ୍କ ବନ୍ଧୁ ସାମ୍ବାଦିକା ନଳିନୀ ସିଂହଙ୍କ ବୟାନ ପଢ଼ି ଶୁଣାଇଥିଲେ। ନଳିନୀଙ୍କ ବୟାନ ମୁତାବକ ସୁନନ୍ଦା ତାଙ୍କୁ କହିଥିଲେ ଯେ ଥରୁର ୨୦୧୩ମସିହାରେ ପାକିସ୍ତାନର ସାମ୍ବାଦିକା ମେହର ତରାରଙ୍କ ସହ ଦୁବାଇରେ ୩ରାତି ବିତାଇଥିଲେ। ଥରୁର ଦମ୍ପତ୍ତିଙ୍କ ମଧ୍ୟରେ କ୍ୟାଟି ନାମ୍ନୀ ଯୁବତୀ , ବ୍ଲାକବେରୀ ମ୍ୟାସେଜ ଏବଂ ଆଇପିଏଲ ମାମଲାକୁ ନେଇ ଝଗଡ଼ା ହେଉଥିଲା। ଏଥିରେ ଏହା​‌ ମଧ୍ୟ କୁହାଯାଇଥିଲା ଯେ ନିର୍ବାଚନ ପରେ ଥରୁର , ସୁନନ୍ଦାଙ୍କୁ ଛାଡ଼ପତ୍ର ଦେବେ।

ଓକିଲ କହିଥିଲେ ଯେ ମୃତ୍ୟୁ ପୂର୍ବରୁ ସୁନନ୍ଦା ପୁଷ୍କର ଆଇପିଏଲକୁ ନେଇ କନଫରେନ୍ସ କରିବାକୁ ଚାହୁଁଥିଲେ ଏବଂ ସେ କହିଥିଲେ ଯେ ସେ ଥରୁରଙ୍କୁ ଛାଡ଼ିବେ ନାହିଁ। କୋର୍ଟକୁ କୁହାଯାଇଥିଲା ଯେ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ବିଷ ଖାଇଥିବା ବୋଲି ଜଣା ପଡ଼ିଥିଲା ଏବଂ ତାଙ୍କ ଶରୀରରେ ମଧ୍ୟ ଭିନ୍ନ ଭିନ୍ନ ଅଂଶରେ ୧୫ଟି ଆଘାତ ଚିହ୍ନ ଥିଲା। କୋର୍ଟ ଆସନ୍ତା ଶୁଣାଣି ଅକ୍ଟୋବର ୧୭ତାରିଖ ସ୍ଥିର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.