ସମ୍ଭାବ୍ୟ ବାତ୍ୟାକୁ ନେଇ ପୂର୍ବ ପ୍ରସ୍ତୁତି, ୭୪ ଟ୍ରେନ ବାତିଲ୍

Published By : Prameya-News7 Bureau | May 21, 2021 IST

ଭୁବନେଶ୍ଵର ୨୧।୦୫: ବଙ୍ଗୋପସାଗରରେ ଆଣ୍ଡାମାନ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଆସନ୍ତାକାଲି ଲଘୁଚାପରେ ପରିଣତ ହେବ । ୨୪ରେ ଏହା ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ସମ୍ଭାବ୍ୟ ବାତ୍ୟା ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଂଚଳର ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏହା ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ ସ୍ଥାନ ନିରୂପଣ ହୋଇନାହିଁ ।  ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଓଡ଼ିଶା ପ୍ରଶାସନ ଓ ପୋଲିସ ତତ୍ପରତା ପ୍ରକାଶ କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୭୪ ଟ୍ରେନ ବାତିଲ୍ କରାଯାଇଛି।

ପୂର୍ବତଟ ରେଲଓ୍ଵେ ପକ୍ଷରୁ ଟ୍ରେନ ବାତିଲ୍ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ଵରରୁ ହାଓ୍ଵଡା- ଚେନ୍ନାଇ ମେନ୍ ଲାଇନ୍, ପୁରୀରୁ ହାଓ୍ଵଡା-ଚେନ୍ନାଇ ମେନ୍ ଲାଇନ୍‌, ହାଓ୍ଵଡା-ଚେନ୍ନାଇ ମେନ୍ ଲାଇନ୍, ଭୁବନେଶ୍ଵର-ମୁମ୍ବାଇ କୋଣାର୍କ ସ୍ପେଶାଲ, ଭୁବନେଶ୍ଵର-ହାଓ୍ଵଡା ଜନଶତାବ୍ଦୀ ସ୍ପେଶାଲ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେଶାଲ, ଭୁବନେଶ୍ଵର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ, ପୁରୀରୁ ଅହମ୍ମଦାବାଦ-ସୁରତ-ଆଜମେର ଯାଉଥିବା ଟ୍ରେନ ବାତିଲ୍ କରାଯାଇଛି।

{"id":455436,"sizeSlug":"large","linkDestination":"none"}

୨୬ରେ ସ୍ଥଳଭାଗ ଛୁଇଁବ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ `ୟାସ୍’ ।  ୨୪ ତାରିଖ ବେଳକୁ ଏହା ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ। ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାର୍ଶ୍ବରେ ଅଧିକ ପବନ ଓ ବର୍ଷା ହୋଇଥାଏ । ଏମିତିରେ ସମ୍ଭାବ୍ୟ ବାତ୍ୟାର ବାମପଟେ ରହୁଥିବା ଓଡ଼ିଶା ଉପକୂଳ ଅଂଚଳ ମଧ୍ୟ ପ୍ରଭାବିତ ହେବ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଂଚଳର ଅଧିକ ପ୍ରଭାବିତ ହେବ । ଅବପାତରେ ପରିଣତ ହୋଇନଥିବାରୁ ପ୍ରକୃତରେ କେଉଁ ଅଂଚଳରେ ଲ୍ୟାଣ୍ଡଫଲ କରିବ ତାହା ନିରୂପଣ ହୋଇନାହିଁ ।

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ପ୍ରଶାସନ ଓ ପୋଲିସ  । ଯାହାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ଶୁଖିଲା ଖାଦ୍ୟ ଆଦି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ଓଡ୍ରାଫ, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ପଠାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.