ପାର୍ଟି ଅଫିସରୁ ହଟିବ ମହାମନ୍ତ୍ରୀଙ୍କ ଆବାସ, ସଭାପତିଙ୍କ ହାତରେ ରହିବ କ୍ଷମତା କେନ୍ଦ୍ର

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦।୧୦ :  ଭାରତୀୟ ଜନତା ପାର୍ଟି ନିଜ ସଂଗଠନକୁ ସୁଦୃଢ କରିବା ପାଇଁ କସରତ ଆରମ୍ଭ କରିଛି । କେନ୍ଦ୍ରୀୟରୁ ନେଇ ରାଜ୍ୟ ସ୍ତରୀୟ ସଂଗଠନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କିଛି ବ୍ୟବସ୍ଥାପିତ ପରିବର୍ତ୍ତନ କରିବାକୁ ଯାଉଛି। ଏହା ଅଧୀନରେ ଦଳ କାର୍ଯ୍ୟାଳୟରେ ସଂଗଠନର ସାଧାରଣ ମନ୍ତ୍ରୀଙ୍କ ପାଇଁ ଗୃହ ବ୍ୟବସ୍ଥାକୁ ଏବେ ଶେଷ କରାଯାଇପାରେ । କାର୍ଯ୍ୟାଳୟକୁ ଏବେ କେବଳ ଅଫିସ କାମ ପାଇଁ ବ୍ୟବହୃତ କରାଯିବ । ଏଠାରେ ଦଳର କାର୍ଯ୍ୟକାରିତା ପାଇଁ ଏକ ନୂତନ ଉତ୍ସାହ ଏବଂ ସାଂଗଠନିକ ବ୍ୟବସ୍ଥା ଅଧିକ ଶକ୍ତିଶାଳୀ ହେବ ।

ବିଭିନ୍ନ ରାଜ୍ୟରେ ଥିବା ଦଳୀୟ କାର୍ଯ୍ୟାଳୟରେ ସଂଗଠନ ମହାମନ୍ତ୍ରୀ ରହିଥାନ୍ତି । ସେମାନଙ୍କ କାର୍ଯ୍ୟକର୍ତ୍ତାମାନେ ସର୍ବସର୍ବା ମାନିଥାନ୍ତି । ଏହାଦ୍ୱାରା ଦଳୀୟ କାର୍ଯ୍ୟ ପ୍ରଭାବିତ ହୋଇଥାଏ । କାର୍ଯ୍ୟକର୍ତ୍ତାମାନେ ଦଳୀୟ ପଦାଧିକାରୀଙ୍କୁ ଛାଡି ସଂଗଠନର ମହାମନ୍ତ୍ରୀଙ୍କ ସହିତ ମିଶି ସମାନ୍ତର ସଂଗଠନ କରିଥାନ୍ତି । ଅନେକ ରାଜ୍ୟରେ ସଂଗଠନ ମହାମନ୍ତ୍ରୀମାନେ ଦଳୀୟ ସଭାପତିଙ୍କ ଠାରୁ ଅଧିକ କ୍ଷମତାଶୀଳ ରହିଥିବା ନଜିର ରହିଛି । ସଂଗଠନର ମହାମନ୍ତ୍ରୀମାନେ କାର୍ଯ୍ୟାଳୟରେ ରହୁଥିବା ଏପରି କାର୍ଯ୍ୟ ବଢିଚାଲୁଥିବା ଅଭିଯୋଗ ହୋଇଛି ।

ତେବେ ମିଳିଥିବା ସୂଚନାନୁସାରେ, ବିଜେପି ଏହି ସବୁ ସ୍ଥିତିକୁ ବଦଳାଇବାକୁ ଚାହୁଁଛି । ଯାହାଦ୍ୱାରା ସଂଗଠନରେ ସମାନ୍ତରଣ ବ୍ୟବସ୍ଥା ରହିପାରିବା ସହ ଭଲ ଢଙ୍ଗରେ କାମ ହୋଇପାରିବ। ଏହାଦ୍ୱାରା ରାଜ୍ୟର ଅଧ୍ୟକ୍ଷଙ୍କ କ୍ଷମତା ରହିପାରିବ । ଦଳକୁ ମଜବୁତ ଓ କାମରେ ସ୍ୱଚ୍ଚତା ପାଇଁ ଏହି ସବୁ କଠିନ ପଦକ୍ଷେପ ନେବାକୁ ବିଜେପି ଏବେ ପ୍ରସ୍ତୁତ ହେଉଛି । ଯାହାଦ୍ୱାର ଦଳରେ ସୁରୁଖୁରୁରେ କାମ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.