Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତି, ସମଗ୍ର ଦେଶରେ ଲାଗିପାରେ ୨୧ ଦିନିଆ କଟକଣା, ସେନା ଆଲର୍ଟ

3/05/2021 at 8:28 PM

ନୂଆଦିଲ୍ଲୀ ୦୩।୦୫: କେନ୍ଦ୍ର ସରକାର କରୋନା ସଂକ୍ରମଣ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତି ପୂରା କରିଛନ୍ତି। କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ପାଇଁ ସମଗ୍ର ଦେଶରେ ୨୧ ଦିନ ପାଇଁ କଟକଣା ଲଗାଯାଇପାରେ। ଏଥର ସେନା ଓ ଅର୍ଦ୍ଧସୈନିକ ବଳଙ୍କୁ ଆଲର୍ଟ କରାଯାଇଛି। ସମ୍ଭବତଃ ଦେଶରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ କିମ୍ବା କର୍ଫ୍ୟୁ ଲଗାଯାଇପାରେ। ଏହି ସମୟରେ ସେନା ଓ ଅର୍ଦ୍ଧସାମରିକ ବଳ ମୋର୍ଚ୍ଚା ସମ୍ଭାଳିବେ।

ଦେଶରେ କରୋନା ସଂକ୍ରମଣର ଦ୍ଵିତୀୟ ଲହର ହାହାକାର ପରିସ୍ଥିତି ସୃଷ୍ଟି କରିଛି। ସରକାର ସ୍ଥିତି ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି। ଦେଶରେ ଲକ୍‌ଡାଉନ୍‌ କିମ୍ବା କର୍ଫ୍ୟୁ ଲାଗୁ କରାଯାଇପାରେ। ଅନ୍ୟପଟେ କେଉଁ ରାଜ୍ୟରେ କଡା କଟକଣା ଲାଗୁ ହୋଇଥିବା ବେଳେ ଆଉଁ କେଉଁଠି ଆଂଶିକ କଟକଣା ଲାଗୁ ହୋଇଛି। କିଛି ରାଜ୍ୟରେ କଣ୍ଟେନମେଣ୍ଟକୁ ନେଇ ସ୍ପଷ୍ଟ ନୀତି ନାହିଁ।

ଶଯ୍ୟା, ଅକ୍ସିଜେନ୍ ଯୋଗାଣ ଓ ଔଷଧ ଅଭାବ ଦ୍ଵିତୀୟ ଲହରର ମୁକାବିଲାରେ ସବୁଠୁ ବଡ ବାଧା ସାଜିଛି। ଏହି କାରଣରୁ କରୋନା ନିୟନ୍ତ୍ରଣ  ବାହାରକୁ ଚାଲି ଯାଇଛି। ଏମିତି ସ୍ଥିତିରେ କେନ୍ଦ୍ର ସରକାର ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତି କରି ନେଇଛନ୍ତି।

ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଏକମାତ୍ର ଉପାୟ

ଦେଶରେ ଲକ୍‌ଡାଉନ୍‌ ନେଇ ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। କେନ୍ଦ୍ର ସରକାର କରୋନାର ଦ୍ଵିତୀୟ ଲହରରେ ଲକ୍‌ଡାଉନ୍‌ ନେବା ନିଷ୍ପତ୍ତି ରାଜ୍ୟ ଉପରେ ଛାଡି ଦେଇଛନ୍ତି। ଯଦି ସୁପ୍ରିମକୋର୍ଟ, କରୋନା ଟାସ୍କ ଫୋର୍ସ, ବୈଜ୍ଞାନିକ ଓ ଡାକ୍ତର ଏହି ସମସ୍ତଙ୍କ ଦ୍ଵାରା କରାଯାଇଥିବା ବିଶ୍ଳେଷଣ କରାଯାଏ ତେବେ କରୋନା ଚେନ୍ ଭାଙ୍ଗିବା ପାଇଁ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ହିଁ ଏକମାତ୍ର ବିକଳ୍ପ।

ସୁପ୍ରିମକୋର୍ଟ ମଧ୍ୟ ଲକ୍‌ଡାଉନ୍ ଉପରେ ଗମ୍ଭୀରତାର ସହ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି। ଭୋପାଳ ଏମ୍ସର ନିର୍ଦ୍ଦେଶକ ଡ. ସରମନ ସିଂହ କହିଛନ୍ତି, ଆଂଶିକ ଲକ୍‌ଡାଉନ୍‌ରେ କାମ ଚଳିବ ନାହିଁ। ଦେଶରେ ତିନି ସପ୍ତାହର ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲଗାଯିବାର ଆବଶ୍ୟକତା ରହିଛି।

   Related Posts