ପେଟ୍ରୋଲ-ଡିଜେଲ୍‌ରୁ ଜନତାଙ୍କୁ ମିଳିପାରେ ବଡ ଆଶ୍ଵସ୍ତି, ଜିଏସଟି ପରିଷଦ ବୈଠକରେ ହୋଇପାରେ ଆଲୋଚନା

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪।୦୯: ଆକାଶ ଛୁଆଁ ପେଟ୍ରୋଲ ଓ ଡିଜେଲ୍ ଦରରୁ ସାଧାରଣ ଜନତାଙ୍କୁ ମିଳିପାରେ ଆଶ୍ଵସ୍ତି। କାରଣ ସରକାର ଏହାକୁ ଜିଏସଟି ପରିସରଭୁକ୍ତ କରିବା ଉପରେ ବିଚାର ଚଳାଇଛନ୍ତି। ଯଦି ଏମିତି ହୁଏ ତେବେ ପେଟ୍ରୋଲ ଓ ଡିଜେଲ୍ ବହୁତ ଶସ୍ତା ହୋଇପାରେ। ସୂତ୍ର ମୁତାବକ ଆଗାମୀ ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଜିଏସଟି ପରିଷଦ  ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

ତିନି ଚତୁର୍ଥାଂଶ ଲୋକଙ୍କ ମଞ୍ଜୁରୀ ଜରୁରୀ

ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସଟି ପରିଧିରେ ଆଣିବା ସେତେଟା ସହଜ ନୁହେଁ। ଜିଏସଟି ପ୍ରଣାଳୀରେ କୌଣସି ବି ପରିବର୍ତ୍ତନ ପାଇଁ ପରିଷଦରେ ତିନି ଚତୁର୍ଥାଂଶ ଲୋକଙ୍କ ମଞ୍ଜୁରୀ ଜରୁରୀ। ଏହି ପରିଷଦରେ ସମସ୍ତ ରାଜ୍ୟର ପ୍ରତିନିଧି ସାମିଲ୍। ଏଥିରୁ ଅନେକ ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ ବିରୋଧ କରୁଛନ୍ତି। ସେମାନଙ୍କ କହିବା କଥା ପେଟ୍ରୋଲ ଓ ଡିଜେଲ୍ ଜିଏସଟିରେ ସାମିଲ୍ ହେବା ପରେ ରାଜସ୍ଵର ଏକ ପ୍ରମୁଖ ଅସ୍ତ୍ର ରାଜ୍ୟ ହାତରୁ ଚାଲିଯିବ।

ଏହା ବ୍ୟତୀତ ଜିଏସଟି ପରିଷଦର ଏହି ୪୫ତମ ବୈଠକରେ କୋଭିଡ୍-୧୯ ସମ୍ବନ୍ଧିତ ଜରୁରୀ ସାମଗ୍ରୀ ଉପରେ ଟିକସ ମୁକ୍ତକୁ ନେଇ ସମୀକ୍ଷା ହୋଇପାରେ। ଏହା ବ୍ୟତୀତ ଜିଏସଟି ପରିଷଦ ନବୀକରଣୀୟ ଉପକରଣ ଉପରେ ୧୨ ପ୍ରତିଶତ ଏବଂ ଲୁହା, ତମ୍ବା ବ୍ୟତୀତ ଅନ୍ୟ ଧାତୁର କଞ୍ଚାମାଲ ଉପରେ ୧୮ ପ୍ରତିଶତ ଜିଏସଟି ଲଗାଇବା ଉପରେ  ବିଚାର କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.