କରୋନା ଜନିତ ଜରୁରୀ ମୁକାବିଲା ପାଇଁ ପ୍ରସ୍ତୁତି: ଓଡ଼ିଶା ଆକସ୍ମିକ ପାଣ୍ଠି ପରିମାଣ ୨ ହଜାର କୋଟି ଟଙ୍କା

Published By : Prameya-News7 Bureau | April 09, 2020 IST

ଭୁବନେଶ୍ବର୯/୪:  ସାରା ବିଶ୍ୱରେ ଏକ ବଡ଼ ବିପଦର ରୂପ ନେଇଥିବା କୋଭିଡ୍‌-୧୯ର ପ୍ରତିରୋଧ, ପରିଚାଳନା ଓ ପ୍ରତିଷେଧକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଧିକ ତତ୍ପର ହୋଇଛନ୍ତି। ଏଥିଲାଗି  ଜରୁରୀକାଳୀନ ଖର୍ଚ୍ଚ ନିମନ୍ତେ ଓଡ଼ିଶା ଆକସ୍ମିକ ପାଣ୍ଠି (କଣ୍ଟିଜେନ୍ସି ପାଣ୍ଠି)କୁ୪୦୦ କୋଟି ଟଙ୍କାରୁ ୨୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହା ଅନୁମୋଦିତ ହୋଇଛି । ବର୍ତ୍ତମାନ ଓଡ଼ିଶା ବିଧାନସଭା ଅଧିବେଶନ ଚାଲୁନଥିବାରୁ ଏହି ବୃଦ୍ଧି ବାବଦରେ ଏକ ଅଧ୍ୟାଦେଶ ଜାରି କରାଯିବ । ମୁଖ୍ୟ ଶାସନ ସଚିବ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.