ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ: ୮୦ ବର୍ଷ ପରେ ପଡିଛି ଦୁର୍ଲଭ ସଂଯୋଗ, ସିସିଟିଭି ଜରିଆରେ ହେବ ଭିଡ ମନିଟରିଂ

Published By : Prameya-News7 Bureau | November 22, 2020 IST

ହରିଦ୍ୱାର ୨୨/୧୧ : ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ ହେବାକୁ ଯାଉଛି। ଶ୍ରଦ୍ଧାଳୁଙ୍କ ଭିଡ ଓ କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେଳାର ସଫଳତାପୂର୍ବକ ଆୟୋଜନ ବହୁତ ବଡ ଚ୍ୟାଲେଞ୍ଜ। ତେବେ କୁମ୍ଭ ମେଳା ପାଇଁ ଭବ୍ୟ ଆୟୋଜନ ହେବାର ସମ୍ଭାବନା ନାହିଁ ବୋଲି ଅଧିକାରୀ କହିଛନ୍ତି। କୋଭିଡ୍-୧୯ ପ୍ରକୋପ ଯୋଗୁଁ ଜାନୁଆରୀ ୧୪ ତାରିଖରେ ହେବାକୁଥିବା ଭବ୍ୟ କାର୍ଯ୍ୟକ୍ରମ ରଦ୍ଦ କରାଯିବ ବୋଲି କହିଛନ୍ତି।

{"id":365887,"sizeSlug":"large"}

ପ୍ରବନ୍ଧନ ସରକାରଙ୍କ ତରଫରୁ ଜାରି ହୋଇଥିବା କରୋନା ଗାଇଡଲାଇନ ଅନୁଯାୟୀ ମେଳା ଆୟୋଜନ କରାଯିବ ବୋଲି କହିଛନ୍ତି। କୁମ୍ଭ ମେଳା ଅଧିକାରୀ ଦୀପକ ରାବତ କହିଛନ୍ତି ଯେ, ସାମାଜିକ ଦୂରତା ନିୟମ ଅନୁସାରେ ଭିଡ଼ ପ୍ରବନ୍ଧ ହେବ। ନିୟମ ପାଳନ ନେଇ ସିସିଟିଭି ଦ୍ୱାରା ମନିଟରିଂ କରାଯିବ। କୋଭିଡ୍-୧୯ ପାଇଁ ୧୦୦୦ ପ୍ରି ଫେବ୍ରିକେଟେଡ଼ ବେଡ଼ ଓ ୫୦ଟି ଏମର୍ଜେନ୍ସି ବେଡ଼ ନିର୍ମାଣ କରାଯାଉଛି। ଉତ୍ତରାଖଣ୍ଡ ସରକାର ପର୍ଯ୍ୟାପ୍ତ ମାତ୍ରାରେ ମାସ୍କ କିଣିବେ।

{"id":365890,"sizeSlug":"large"}

ହରିଦ୍ୱାର କୁମ୍ଭ ମେଳା ପ୍ରତି ୧୨ ବର୍ଷରେ ଥରେ ଆୟୋଜନ କରାଯାଇଥାଏ। ଏହା ପୂର୍ବରୁ ୨୦୧୦ ମସିହାରେ କୁମ୍ଭ ମେଳା ଆୟୋଜନ ହୋଇଥିଲା। ଏଥିରେ ୧.୬୨ କୋଟି ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ଼ ପକାଇଥିଲେ। କିନ୍ତୁ ଏଥର ପ୍ରଥମଥର ପାଇଁ ୧୧ ବର୍ଷ ପରେ କୁମ୍ଭ ମେଳା ହେବାକୁ ଯାଉଛି। ୮୦ ବର୍ଷ ପରେ ଏହିଭଳି ଏକ ଦୁର୍ଲଭ ସଂଯୋଗ ହୋଇଛି ବୋଲି କୁହାଯାଉଛି। ଭବ୍ୟ ମେଳା ଏପ୍ରିଲ ଶେଷ ଆଡକୁ ସମାପ୍ତ ହେବ।

{"id":365892,"sizeSlug":"large"}

କୁମ୍ଭ ମେଳା ସମୟରେ ଗଙ୍ଗା ନଦୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ଏକ ବଡ ଚ୍ୟାଲେଞ୍ଜ। ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ୱ ସ୍ୱଚ୍ଛ ଗଙ୍ଗା ରାଷ୍ଟ୍ରୀୟ ମିଶନକୁ ଦିଆଯାଇଛି। ଜଳ ଶକ୍ତି ମନ୍ତ୍ରାଳୟ ବୁନିୟାଦୀ ଢାଞ୍ଚାର ବିକାଶ ପାଇଁ ୮୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦେଇଛନ୍ତି। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ମଧ୍ୟ ହର କି ପୌଡି ଅପଗ୍ରେଡ କରିବାକୁ ଫଣ୍ଡ ଆବଣ୍ଟନ କରିଛି। ହରିଦ୍ୱାର ନିକଟରେ ଏକ କିଲୋମିଟର ଲମ୍ବ ଏକ ନୂଆ ଘାଟ ନିର୍ମାଣ କରାଯାଇଛି। ମେଳା ସମୟରେ ଚାନ୍ଦିଘାଟ ହରିଦ୍ୱାର ଘାଟର ଭିଡ କମ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.