ରମଜାନ୍‌ ମାସ ପାଳନ ନେଇ ପ୍ରସ୍ତୁତି ବୈଠକ : ପୋଲିସ- ସିଏମ୍‌ସି-ମୁସଲିମ୍‌ ଧର୍ମଗୁରୁଙ୍କ ଆଲୋଚନା, ମସଜିଦ୍‌ରେ ମୌଲବିଙ୍କ ସହ ୩ ଜଣ କରିପାରିବେ ପ୍ରାର୍ଥନା

Published By : Prameya-News7 Bureau | April 21, 2020 IST

କଟକ ୨୧।୦୪: ଲକ୍‌ଡାଉନ କଟକଣା ଭିତରେ ଆଗାମୀ ପବିତ୍ର ରମଜାନ୍‌ ମାସ ପାଳନ ନେଇ ଆଜି କମିସନ୍‌ରେଟ୍‌ ପୋଲିସ, ସିଏମ୍‌ସି ଓ ମୁସଲିମ୍‌ ଧର୍ମଗୁରୁମାନଙ୍କୁ ନେଇ ଏକ ବୈଠକ ଡିସିପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରମଜାନ୍‌ ପାଳନ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁସାରେ, ସରକାରୀ ନିର୍ଦ୍ଦେଶ ଅନୁସାରେ ଲକ୍‌ଡାଉନ୍‌ ସମୟରେ ମସଜିଦ୍‌ରେ କେବଳ ମୌଲବୀଙ୍କ ସହିତ ସବାଧିକ ଆଉ ୩ଜଣ ଶ୍ରଦ୍ଧାଳୁ ନମାଜ ପାଠ ବା ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ । ଆଜାନ୍‌ ସମୟରେ ସାଧାରଣ ଲୋକଙ୍କୁ ତଥା ଶ୍ରଦ୍ଧାଳଙ୍କୁ ସଚେତନ କରିବା ପାଇଁ ଘୋଷଣା କରାଯିବା ସହିତ ଉପାସ ରହିବା ଓ ଭାଙ୍ଗିବାର ସମୟ ସୂଚିତ କରାଯିବ । ଘରେ ଭିତରେ କେବଳ ପରିବାର ଲୋକମାନେ ପ୍ରାର୍ଥନା କରିପାରିବେ । ପଡ଼ୋଶୀ କିମ୍ୱା ଅନ୍ୟ ସମ୍ପର୍କୀୟମାନେ ଘରକୁ ଆସି ପ୍ରାର୍ଥନା କରିବେନି । କୌଣସି ମୌଲବୀ ଘରକୁ ଘର ଯାଇ ପ୍ରାର୍ଥନା କରିବେ ନାହିଁ । ଯଦି କେହି ରାଜ୍ୟ ବାହାରେ ରହୁଛନ୍ତି ଓ ବର୍ତ୍ତମାନ ଘରକୁ ଫେରୁଛନ୍ତି ସେହି ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ପ୍ରଶାସନକୁ ପ୍ରଦାନ କରାଯିବ ।

wp:core-embed/twitter {"url":"https://twitter.com/DCP_CUTTACK/status/1252288567759560704","type":"rich","providerNameSlug":"twitter","className":""}
https://twitter.com/DCP_CUTTACK/status/1252288567759560704
/wp:core-embed/twitter

ଅତି ଜରୁରୀ ଜିନିଷ ଛଡ଼ା ଗ୍ରୋସରୀ ଓ ପରିବା ପାଇଁ କେହି ବାଇକ୍‌ ବ୍ୟବହାର କରିବେ ନାହିଁ । ଉପବାସ ଭାଙ୍ଗିବା ପରେ ଆବଶ୍ୟକୀୟ ଜିନିଷ କିଣିବାକୁ ଯାଇ କେହି ଭିଡ଼ କରିବେ ନାହିଁ । ଏହି ପବିତ୍ର ମାସରେ ମୁସଲିମ୍‌ ସାହିକୁ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ସଫେଇ ବ୍ୟବସ୍ଥା ପାଇଁ ସିଏମ୍‌ସି ପକ୍ଷରୁ ସବୁ ପ୍ରକାର ପକ୍ଷେପ ଗ୍ରହଣ କରାଯିବ । ବୈଠକରେ ଡିସିପି ଅଖିଳେଶ୍ୱର ସିଂହ, ସିଏମ୍‌ସି କମିସନର ଅନନ୍ୟା ଦାସ, ଧର୍ମଗୁରୁ ଓ ମୁରବିମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.