Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ନୂଆବର୍ଷରେ ନୂଆରୂପ ନେବାକୁ ଯାଉଛି ଶ୍ରୀକ୍ଷେତ୍ର, ଜୋରସୋରରେ ଚାଲିଛି ଉନ୍ନତିମୂଳକ କାର୍ଯ୍ୟ

29/12/2019 at 6:09 PM

ପୁରୀ ୨୯।୧୨: ନୂଆବର୍ଷରେ ନୂଆରୂପ ନେବାକୁ ଯାଉଛି ଶ୍ରୀକ୍ଷେତ୍ର । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜୋରସୋରରେ ଚାଲିଛି ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟ । ସେପଟେ ନୂଆବର୍ଷକୁ ଆଉ ମାତ୍ର ୨ ଦିନ ବାକିଥିବା ବେଳେ ଏବେଠାରୁ ଲକ୍ଷାଧିକ ଭକ୍ତ ତଥା ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି ଶ୍ରୀକ୍ଷେତ୍ରରେ। ତେବେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ନୂଆବର୍ଷ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ୨୦୧୯ କୁ ବିଦାୟ ଦେବା ସହ ନୂଆବର୍ଷ ୨୦୨୦ କୁ ସ୍ବାଗତ କରିବା ପାଇଁ ଶ୍ରୀକ୍ଷେତ୍ରରେ ଏବେଠାରୁ ଜମିଲାଣି ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ତେବେ ଭକ୍ତଙ୍କ ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନକୁ ଆଖି ଆଗରେ ରଖି ସିଂହଦ୍ବାର ସମ୍ମୁଖରେ ନୂଆ ସେଡ଼୍ କାମ ଜୋରସୋରରେ ଆଗେଇ ଚାଲିଛି । ବଡ଼ ବଡ଼ ଲୁହାରେ ଏହି ସେଡ଼ ନିର୍ମାଣ କରାଯାଇ ଏଥିରେ ବର୍ଷା ନିରୋଧକ ପାଲ ଲଗାଯିବା ସହ ଏହାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ା ଲଗାଯାଉଛି। ସେହିପରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏହି ସେଡ଼କୁ ଲାଗି ବାଉଁଶରେ ତିଆରି ଏକାଧିକ ବ୍ୟାରିକେଡ଼ କରାଯାଇଛି । ସେପଟେ ନୂଆବର୍ଷ ଆଉ ମାତ୍ର ୨ ଦିନ ଥିବାବେଳେ ଅଧା ଥିବା କାମକୁ ଯଥାଶୀଘ୍ର ସାରିବା ପାଇଁ ପ୍ରଶାସନ ତରଫରୁ ବେଶ ତତ୍ପରତା ପ୍ରକାଶ ପାଇଛି ।  

ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସାନଛତା ମଠ ନିକଟରେ ଏକ ବଡ଼ ସେଡ଼୍ ତିଆରି କରାଯାଉଛି । ଏହି ସେଡ଼ରେ ଭକ୍ତମାନେ ମାଗଣାରେ ଜୋତା, ଚପଲ, ମୋବାଇଲ  ଆଦି ରଖିପାରିବେ ସେ ନେଇ ମଧ୍ୟ ଜୋରସୋରରେ କାର୍ଯ୍ୟ ଚାଲିଛି । ମାର୍କେଟ ଛକ ପାର୍କିଂ ଠାରେ ଭକ୍ତମାନେ ଚାରିଚକିଆ ଯାନ ରଖି ସେଠାରୁ ପାଦଚଲା ବ୍ୟାରିକେଡ଼ ଦେଇ ସିଂହଦ୍ୱାର ଠାରେ ସୁବିଧାରେ ପହଞ୍ଚିପାରିବେ ।  ସେହିପରି ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ତଥା ଭକ୍ତମାନଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଧିରେ ଧିରେ ଶ୍ରୀମନ୍ଦିର ଚତୁପାର୍ଶ୍ୱର ରୂପରେଖ ବଦଳୁଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଲଗାଯାଇଛି ନାନାଦି ପ୍ରଜାତିର ଗଛ। ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ଏହି ଗଛପାଖରେ ଠିଆ ହୋଇ ସେଲଫି ନେଉଛନ୍ତି।

   Related Posts