ଦିନକ ପରେ ଐତିହାସିକ କଟକ ବାଲିଯାତ୍ରା : ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ପରିମଳ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ

Published By : Prameya-News7 Bureau | November 10, 2019 IST

କଟକ ୧୦।୧୧: ଦିନକ ପରେ ଐତିହାସିକ କଟକ ବାଲିଯାତ୍ରା । ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ପ୍ରାୟ ଶେଷ ହେ।ଇଥିବା ବେଳେ ବ୍ୟବସାୟୀମାନେ ବି ପ୍ରସ୍ତୁତିରେ ଲାଗିଛନ୍ତି । ଏଥର ବାଲିଯାତ୍ରାକୁ ଟିକେ ନିଆରା ଢଙ୍ଗରେ କରିବାକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସେଥିପାଇଁ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି ।

{"id":182075}

ଆଉ ଗେ।ଟିଏ ଦିନର ଅପେକ୍ଷା । ତା ପରେ କମ୍ପିବ ମହାନଦୀ ପଠା । ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତିକୁ ତ୍ବରାନିତ କରିଛି ଜିଲ୍ଲା ପ୍ରଶାସନ । ଜଳ କ୍ରୀଡା ପାଇଁ ହୋଇଥିବା ପୁଷ୍କରିଣୀ କାମ ପ୍ରାୟତଃ ସରିଲାଣି । ସେହି ଭଳି ଚଳିତ ଥର ଜିଲ୍ଲା ପ୍ରଶାସନ ପ୍ରଦୂଷଣ କମାଇବା ପାଇଁ ରିକ୍ସାରେ ବାଲିଯାତ୍ରା ବୁଲିବାକୁ ଯେଉଁ ବ୍ୟବସ୍ଥା କରିଥିଲା, ସେ ନେଇ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ରିକ୍ସା ଗୁଡିକର ବ୍ରାଣ୍ଡିଂ କରାଯିବା ସହ ରିକ୍ସା ଚାଳକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ବ୍ଲଡ୍ ଗ୍ରୁପିଂ, ପରିଚୟ ପତ୍ର ବ୍ୟବସ୍ଥା ଆଦି କାମ ଶେଷ ହୋଇଛି ।

{"id":182076}

ବ୍ୟବସାୟୀଙ୍କୁ ବି ତର ନାହିଁ । କିଏ ଦେ।ଳି ବାନ୍ଧୁଛି ତ କିଏ ଷ୍ଟଲ ସଜାଡିବାରେ ବ୍ୟସ୍ତ । ସେପଟେ ସି ଏମ୍ ସି ପକ୍ଷରୁ ଚଳିତ ବର୍ଷ ବାଲିଯାତ୍ରା ପଡିଆରେ ପରିମଳ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ଅନ୍ୟ ବର୍ଷ ତୁଳନାରେ ତିନି ଗୁଣା ଅଧିକ ଶୌଚାଳୟ ବ୍ୟବସ୍ଥା କରାଯାଇଛି । ମହାନଦୀ ଏବଂ ଆଦିବାସୀ ବସ୍ତି ପଟେ ଏହି ଶୌଚାଳୟର ବ୍ୟବସ୍ଥା କରାଯାଇଛି ।

{"id":182077}

ଚଳିତ ବର୍ଷ ବାଲିଯାତ୍ରାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ଷ୍ଟାର୍ ଙ୍କୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରୁଛି । ଏଥିପାଇଁ ସୋନା ମହାପାତ୍ର ଓ ଦଲେର ମେହେନ୍ଦିଙ୍କ ସହ କଥାବାର୍ତ୍ତା ବାଲିଛି ବୋଲି ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.