Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

କାଲି ବିଧାନସଭା : ଲୋକସେବା ଭବନରେ ଘଣ୍ଟାଏ ଚାଲିବ ଗୃହ, ରାଜ୍ୟ ବଜେଟ୍ ସହ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ପାରିତ ହେବ

29/03/2020 at 6:57 PM

ଭୁବନେଶ୍ବର ୨୯।୦୩: ସୋମବାର ବସିବ ଦିନିକିଆ ବିଧାନସଭା  ଅଧିବେଶନ  । ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ପାରିତ ହେବା  ସହ ରାଜ୍ୟ ବଜେଟ ପାସ୍ ହେବ । କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁ ମାତ୍ର ଘଣ୍ଟାକ ଲାଗି  ବିଧାନସଭା ବୈଠକ ବସିବ । ସେଥିପାଇଁ ବୈଠକ ପୂର୍ବରୁ  ଲୋକସେବା ଭବନ ସାନିଟାଇଜ କରାଯାଛି ।

ଲୋକସେବା ଭବନ କନଫରେନ୍ସରେ ହଲରେ ସୋମବାର ବସିବ ବିଧାନସଭା ବୈଠକ । ସେଥିପାଇଁ କନଫରେନ୍ସ ହଲର ଚାଲିଛି ସାନିଟାଇଜ । କରୋନା ସଂକ୍ରମକୁ ଦୃଷ୍ଟିରେ ରଖି କନଫରେନ୍ସ ହଲ ଭିତର ଓ ବାହାରକୁ ସାନିଟାଇଜ କରାଯାଉଛି। କାମରେ ଲାଗିଛନ୍ତି ବିଏମସି ସ୍ବାସ୍ଥ୍ୟ  ବିଭାଗ ଏବଂ ଅଗ୍ନିଶମ କର୍ମଚାରୀ । ଏଥିସହିତ ଲୋକସେଭା ଭବନ କନଫରେନ୍ସ ହଲର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କରାଯାଇଛି । ରାଜ୍ୟର ତୃତୀୟ କରୋନା ପଜିଟିଭ ରୋଗୀ ଜଣଙ୍କ ବିଧାନସଭା ଡାକ୍ତରଖାନାକୁ ଚିକିତ୍ସା ଲାଗି ଯାଇଥିଲେ । ଏହା ସହ ବିଧାନଭାର ୭ କର୍ମଚାରୀ ମାଧ୍ୟ ସେହି ତୃତୀୟ ରୋଗୀଙ୍କ ସଂପର୍ଶରେ ଆସିଥିଲେ । ଏଥିପାଇଁ ବାଚସ୍ପତି ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦେବା ସହ ବିଧାନସଭା ବୈଠକ ନକରି ଲୋକସେବା ଭବନରେ ବୈଠକ କରିବାକୁ ସ୍ଥିର କରିଛନ୍ତି । ବୈଠକ ପୂର୍ବରୁ କନଫରେନ୍ସ ହଲକୁ ଆଜି ସାନିଟାଇଜ କରାଯାଇଛି ଓ କାଲି ମଧ୍ୟ ବୈଠକ ବସିବା ଆଗରୁ ପୁଣି ଥରେ ସାନିଟାଇଜ କରାଯିବ । ବିଧାୟକମାନେ ବୈଠକକୁ ଯିବା ପୂର୍ବରୁ କିପରି ଭଲ ଭାବରେ ହାତଧୋଇ ସାନିଟାଇଜ ହୋଇ ଭିତରକୁ ଯିବେ ତାର ବ୍ୟବସ୍ଥା ହୋଇଛି ।

ଆସନ୍ତାକାଲି ସକାଳ ୧୦ଟା ୩୦ରେ ବୈଠକ ବସିବ  । ବୈଠକରେ ପ୍ରଶ୍ନ ଉତ୍ତର ହେବ ନାହିଁ । ସିଧାସଳଖ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବିକୁ ଗିଲୋଟିନ ରେ ପାରିତ କରାଯିବ । ଏହାପରେ  ବ୍ୟୟମଞ୍ଜୁରୀ ବିଲ ଆଗତ ହୋଇ ବଜେଟ ପାରିତ କରାଯିବ । ଘଣ୍ଟାଏ ଭିତରେ ଏହା ସାରିବାକୁ ସମୟ ନିର୍ଘଣ୍ଟ ହୋଇଛି । ସେପଟେ କରୋନା ସ୍ଥିତି ଲାଗି ସର୍ବଦଳୀୟ ବୈଠକର ଆବଶ୍ୟକତା ଥିବା ବିରୋଧୀଦଳ ନେତା କହିଥିବା ବେଳେ ବିଜେଡି କହିଛି ସେପରି ସ୍ଥିତି ହେଲେ ବିଚାର କରାଯିବ ।

କରୋନା ସଂକ୍ରମଣ ଲାଗି କାଲି ବିଧାନସଭା ବୈଠକରେ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ । ବିଧାୟକ ମାନେ ନିଜ ନିଜ ଭିତରେ ସାମାଜିକ ଦୂରତାରେ ବସିବା ଲାଗି ବ୍ୟବସ୍ଥା ହୋଇଛି । ସେଥିପାଇଁ ସବୁଦଳର ୩୦ ପ୍ରତିଶତ ବିଧାୟକଙ୍କୁ ନେଇ  ବୈଠକୁ ଆସିବା ଲାଗି ସବୁ ବିଧାୟକ ଦଳର ଦଳର ନେତାଙ୍କୁ ବାଚସ୍ପତି ପରାମର୍ଶ ଦେଇଛନ୍ତି ।

   Related Posts