ବାରବାଟୀରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ଚାଲିଛି ପ୍ରସ୍ତୁତି, ଷ୍ଟାଡିୟମ୍‌ର ଆଉଟ୍‌ଫିଲ୍ଡ ଏବଂ ପିଚ୍ କାମକୁ ଗୁରୁତ୍ବ

Published By : Prameya-News7 Bureau | December 06, 2019 IST

କଟକ ୬।୧: ସଜେଇ ହେଉଛି ବାରବାଟୀ ଷ୍ଟାଡିୟମ । ଆସନ୍ତା ୨୨ ତାରିଖରେ ହେବାକୁ ଥିବା ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଏବେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଫୋନି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବାରବାଟୀ ଷ୍ଟାଡିୟମ ପୁନଃଉଦ୍ଧାର କାର୍ଯ୍ୟ ଚାଲିଛି । ଷ୍ଟାଡିୟମ୍ର ଆଉଟ୍‌ପିଲ୍ଡ ଏବଂ ପିଚ୍‌ କାମକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ନିର୍ଦ୍ଧାରିତ ସମୟ ଭିତରେ ଷ୍ଟାଡିୟମର କାମ ଶେଷ ହେବ ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି ।

{"id":194556,"sizeSlug":"large"}

ବାରାବଟୀ ଷ୍ଟାଡିୟମ ଏବେ ଖୁବ୍ ଚଳଚଞ୍ଚଳ । ୨୨ ତାରିଖର ହେବାକୁ ଥିବା ମ୍ୟାଚ୍ କୁ ଆଖିରେ ରଖି  ପ୍ରସ୍ତୁତି ଚାଲିଛି । ଦିନକୁ ପ୍ରାୟ ୩ ଶହରୁ ଅଧିକ କାରିଗର ଏବଂ ଶ୍ରମିକ ବାରବାଟୀର ନବୀକରଣ କାମରେ ଲାଗିଛନ୍ତି । ସମସ୍ତ ଗ୍ୟାଲେରୀକୁ ରଙ୍ଗ କରାଯିବା ସହିତ, କେତେକ ସ୍ଥାନରେ ନୂଆ କିଛି କରାଯାଉଛି ।

{"id":194565,"sizeSlug":"large"}

କେତୋଟି ବିଶେଷ ଘଟଣାକୁ ଛାଡିଦେଲେ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଆୟୋଜନରେ ବାରବାଟୀ ଷ୍ଟାଡିୟମର ବେଶ୍ ସୂନାମ ରହିଛି । କାରଣ ବାରବାଟୀର ଆଉଟଫିଲ୍ଡ ଏବଂ ପିଚ୍‌ ଇଷ୍ଟ ଇଣ୍ଡିଆର ସମସ୍ତ ଗ୍ରାଉଣ୍ଡଠାରୁ ଭଲ ବୋଲି ପୂର୍ବରୁ ଅନେକ କ୍ରିକେଟ୍ ସମୀକ୍ଷକ ମତ ରଖିଛନ୍ତି । ତେଣୁ ୨୨ ତାରିଖରେ ହେବାକୁ ଥିବା ମ୍ୟାଚ୍ ଲାଗି ବାରବାଟୀର ପିଚ୍‌କୁ ଏକ ପ୍ରକାର ପ୍ରସ୍ତୁତ କରିସାରିଲେଣି ଆୟୋଜକ । କିନ୍ତୁ ପ୍ରତିଦିନ ଆଉଟ୍‌ଫିଲ୍ଡରେ କିଛି ନା କିଛି କାମ ଚାଲିଛି ।

{"id":194566,"sizeSlug":"large"}

ପ୍ରାୟ ୨ ସପ୍ତାହ ତଳୁ ବାରବାଟୀର ଫ୍ଲଡ୍ ଲାଇଟ୍‌ ଗୁଡିକର ମରାମତି କାମ ଶେଷ ହୋଇଛି । କିନ୍ତୁ ପ୍ରେସ ଗ୍ୟାଲେରୀ, ପ୍ଲେୟାର୍ସ ଡ୍ରେସିଂ ରୁମ୍‌ ଏବଂ ଓଲ୍ଡ ପାଭିଲିଅନର ନବୀକରଣ କାମ ଏବେ ହାତକୁ ନିଆଯାଇଛି । ଯାହା ନିର୍ଦ୍ଧାରିତ ସମୟ ଆଗରୁ ଶେଷ ନହେଲେ ହୁଏତ ମ୍ୟାଚ୍ ବେଳକୁ କିଛିଟା ସମସ୍ୟା ଦେଖାଦେଇପାରେ ବୋଲି ଆଲୋଚନା ହେଉଛି । କିନ୍ତୁ ୧୫ରୁ ୧୭ତାରିଖ ଭିତରେ ସମସ୍ତ କାମ ଶେଷ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ଓସିଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.