Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ହକି ବିଶ୍ବକପ୍ ପାଇଁ ପ୍ରଶାସନଠାରୁ ଆରମ୍ଭ କରି ଖେଳାଳି, ନୃତ୍ୟଶିଳ୍ପୀ, ସମସ୍ତେ ଦିନରାତି ଏକ କରି ଚଳାଇଛନ୍ତି ପ୍ରସ୍ତୁତି

25/11/2018 at 8:56 PM

ଭୁବନେଶ୍ୱର ୨୫/୧୧ : ମଝିରେ ଆଉ ଗୋଟିଏ ଦିନ । ଆସନ୍ତା ୨୭ରେ ହକି ବିଶ୍ବକପ୍ ଉଦ୍ଘାଟନୀ ଉତ୍ସବ । ଟ୍ବିନସିଟି ସାରା ଛାଇଯାଇଛି ହକି। ସବୁଠି ଖାଲି ହକିକୁ ନେଇ ଚର୍ଚ୍ଚା । ପ୍ରଶାସନଠାରୁ ଆରମ୍ଭ କରି ଖେଳାଳି, ନୃତ୍ୟଶିଳ୍ପୀ, ସମସ୍ତେ ଦିନରାତି ଏକ କରି ଚଳାଇଛନ୍ତି ପ୍ରସ୍ତୁତି ।

ମୁଡ଼ ବନିଗଲାଣି ହକି। କାନ୍ଥରେ ହକି, ରାସ୍ତାରେ ହକି, ପଡ଼ିଆରେ ହକି, ଷ୍ଟାଡିୟମରେ ହକି, ହୋଟେଲରେ ହକି, ଅଫିସରେ ବି ହକି। ଖାଲି ହକି ହକି ହକି। ଉଦ୍ଘାଟନୀ ସମୟ ଯେତିକି ପାଖେଇ ଆସୁଛି ସମସ୍ତଙ୍କର ହାର୍ଟ ବିଟ୍ ସେତିକି ବଢ଼ି ବଢ଼ି ଚାଲିଛି । ଉଦଘାଟନୀ ଉତ୍ସବରେ ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମ ପାଇଁ ଚାଲିଛି ରିହରସାଲ୍ । ବଲିଓଡ୍ ଷ୍ଟାର ତ ସେମାନଙ୍କର ଝଲକ ଦେଖାଇବେ। ତାସହ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟଶିଳ୍ପୀ । ସାଢେ ଆଠ ମିନିଟ୍ ର ସପ୍ତମାତୃକା ନୃତ୍ୟ ପାଇଁ ଭୁବନେଶ୍ବରର ଡ୍ୟାନସ ଏକାଡେମୀରେ ଜାରି ରହିଛି ଅଭ୍ୟାସ |

ସେପଟେ କଟକ ବାରବାଟୀ ଷ୍ଟାଡିୟମରେ ଏ ଆର ରେହେମାନ ଶୋ ପାଇଁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ରେହେମାନଙ୍କ ଟିମ ବାରାବାଟୀରେ ରହି ସମସ୍ତ କାର‌୍ୟ୍ୟ ତଦାରଖ କରୁଛନ୍ତି। ସେହିପରି ଅନଲାଇନରେ ଟିକେଟ କରିଥିବା ଦର୍ଶକ ନିଜର ପରିଚୟ ପତ୍ର ଦେଖାଇ ଟିକେଟ ନେଉଛନ୍ତି । ବାରବାଟୀରେ ଶୋ ଦେଖିବାରୁ ବଞ୍ଚିତ ହକିପ୍ରେମୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୬ଟି ସ୍ଥାନରେ ଏଲସିଡି ବ୍ୟବସ୍ଥା କରାଯାଇଛି।ଟ୍ଟ
ଟ୍ବିନ ସିଟିରେ ହକି ମାହୋଲ ଲାଗି ରହିଥିବା ବେଳେ ଆଜି ୪୦ ତମ ଜନ୍ମଦିନ ପାଳନ କରିଛନ୍ତି ଇଣ୍ଡିଆନ ହକି ଟିମ୍ର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ତିର୍କି । ଶୁଭେଚ୍ଛୁମାନଙ୍କ ସହ ସେ ହାର୍ଟବିଟ୍ ଫର୍ ହକି କେକ୍ କାଟିଛନ୍ତି।ଟ୍ଟ

ସେପଟେ ୱାର୍ଲଡକପ୍କୁ ଦୃଷ୍ଟିରେ ରଖି ଟ୍ବିନ ସିଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା । କେବଳ ରାଜଧାନୀରେ ୭୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହାସହ ୨ ୟୁନିଟ୍ ଏସ୍ଓଜି, ୧ ୟୁନିଟ୍ ଏନଏସଜି ଓ ୩୦୦ ପୋଲିସ ଅଫିସର ନିୟୋଜିତ ହେବେ । ପାକିସ୍ତାନ ଟିମ୍ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ସମୟରେ ବାରବାଟୀରେ ରେହମାନ ଶୋ ହେଉଥିବାରୁ ପୋଲିସ ଅଧିକ ସଜାଗ ହୋଇଛି । ବିଭିନ୍ନ ପାର୍କିଂ ସ୍ଥାନରୁ ଦର୍ଶକ ଷ୍ଟାଡିୟମ ନିକଟକୁ ଆସିବା ପାଇଁ ସ୍ବତନ୍ତ୍ର ବସ ବ୍ୟବସ୍ଥା କରାଯାଇଛି ।
କେବଳ ଭୁବନେଶ୍ବର କି କଟକ ନୁହେଁ ସାରା ଓଡିଶାରେ ଏବେ ହକି କ୍ରେଜ । କେବଳ ଅପେକ୍ଷା ଉଦଘାଟନୀ ମୁହୂର୍ତ୍ତକୁ ।ଟ୍ଟ.

   Related Posts