ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି , ସମୂଦ୍ରକୂଳରୁ ସ୍ଥାନାନ୍ତରିତ ହେଲେ ଉଠାଦୋକାନୀ

Published By : Prameya-News7 Bureau | May 17, 2020 IST

ପୁରୀ ୧୭।୦୫: ସମ୍ଭାବ୍ୟ ବାତ୍ୟା ଆମ୍ଫାନକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଫୋନିର ବିଭୀଷିକାକୁ ଲୋକେ ଭୁଲି ନଥିବା ବେଳେ ଆମ୍ଫାନକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ପୁରୀ ସମୁଦ୍ରକୂଳରେ ପଡ଼ିଥିବା ଉଠା ଦୋକାନୀ ଗୁଡ଼ିକ ଆଜି ସ୍ଥାନାନ୍ତରଣ କରାଯାଇଛି। ସେହିପରି ଦିଗବାରେଣୀ କୂଳରେ ୨ ନମ୍ୱର ବିପଦ ସଙ୍କେତ ଲଗାଯାଇଛି।

{"id":271433,"sizeSlug":"large"}

ସେପଟେ ରଥନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସୁରକ୍ଷା ପାଇଁ ସମ୍ପୁର୍ଣ୍ଣ ରଥଖଳାକୁ ପାଲ ଦ୍ୱାରା ଆଦୃତ କରାଯିବା ସହ ବର୍ଷା ପାଣି ନପଶିବା ପାଇଁ ଇଟାରେ ପ୍ରାଚୀର ନିର୍ମାଣ କରାଯାଇଛି। ଏଥିସହ ଏନଡ଼ିଆରଏଫ ଟିମ୍ ପହଞ୍ଚି ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି। ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

{"id":271434,"sizeSlug":"large"}

ସେହିପରି ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଛି। ଯେଉଁ ଡ଼ଙ୍ଗା ବା ବୋଟ୍ ଗୁଡ଼ିକ ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ଯାଇଛନ୍ତି ସେଗୁଡ଼ିକ ଆଜି ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ ମତ୍ସ୍ୟ ବିଭାଗ ମତ୍ସ୍ୟଜୀବୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.