ଏଥର ବିଳମ୍ବରେ ବାହାରିବ ନିର୍ବାଚନ ଫଳାଫଳ: ୩ୟ ଫେଜର ୧୨ ଟି ଏବଂ ୪ର୍ଥ ଫେଜ୍ ର ୨୨ଟି ବୁଥରେ ସାନି ମତଦାନ ନିଷ୍ପତ୍ତି

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର୧୦|୫: ଫନି ଯିବାପରେ ଏଥର ନିର୍ବାଚନ ଫଳ କିଭଳି ବାହାରିବ ତାକୁ ନେଇ ଆରମ୍ଭ ହେଲାଣି ସଜବାଜ । ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ଓଡିଶାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

{"id":110669}

ଏଥିପାଇଁ ଟ୍ରେନିଂ ଆରମ୍ଭ ହେବା ସହ କଣ ବ୍ୟବସ୍ଥା ହେବ ସେନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଲାଣି । ଏଥର କିନ୍ତୁ ଇଭିଏମ ଓ ଭିଭିପାଟ ମେସିନର ତାଳମେଳ ଦେଖି ଫଳ ବାହାର କରିବାକୁ ଥିବାରୁ ନିର୍ବାଚନ ଫଳ ପାଇବା ବିଳମ୍ବ ହେବ ବୋଲି ସ୍ପଷ୍ଟ ହୋଇଯାଇଛି । ..

{"id":110670}

ଏଥର ବିଳମ୍ବରେ ବାହାରିବ ନିର୍ବାଚନ ଫଳାଫଳ। ଟିଭି ଓ ଇଣ୍ଟରନେଟ ଆଦି ସବୁ ବ୍ୟବସ୍ଥା ଥିଲେ ବି ଅତିକମ୍.ରେ ଘଣ୍ଟାଏ ବିଳମ୍ବ ହେବ । ତେବେ କାହିଁକି।  ତୁରନ୍ତ ଫଳାଫଳ ପାଇଁ ଯଦି ଇଭିଏମ ବ୍ୟବହାର କରାଯାଉଛି ତେବେ ଏଥର ଫଳାଫଳ ବାହାରିବାରେ କାହିଁକି ବିଳମ୍ବ ହେବ । ଯେହେତୁ ଇଭିଏମ ସହ ଭିଭିପାଟ ମେସିନକୁ ବି ମେଳକରିବା ପରେ ହିଁ ଗଣତି ଆରମ୍ଭ ହେବ ତେଣୁ ବାସ୍ତବ ଗଣତି ଆରମ୍ଭ ହେବାକୁ ବିଳମ୍ବ ହେବ ।

{"id":110671}

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରତି ନିର୍ବାଚନ ମଣ୍ଡଳୀର ୫ଟି ଇଭିଏମ ଓ ଭିଭିପାଟ ମେସିନ ମେଳ କରାଯିବ । ଏଥିପାଇଁ ନିର୍ବାଚନ ମଣ୍ଡଳୀର ସବୁ ବୁଥ୍ ନମ୍ବରର ଚିରିକୁଟିକୁ ଏକାଠି କରି ଲଟେରି କରାଯିବ । ସେଥିରୁ ୫ଟା ଚିରିକୁଟ ଉଠାଇ ସେହି ନମ୍ବରର ଇଭିଏମ ଓ ଭିଭିପାଟ ମେଳକରାଯିବ ।

{"id":110672}

ତାପରେ ଅସଲି ଗଣତି ଆରମ୍ଭ ହେବ । ମେ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ପାଇଁ ଯେଉଁ ବ୍ୟବସ୍ଥା ହୋଇଛି ଏସବୁକୁ ଆଖିରେ ରହି ନିର୍ବାଚନ କମିଶନ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଭୁବନେଶ୍ବର ସୂଚନାଭବନରେ ଏକ ମଡେଲ କାଉଣ୍ଟିଙ୍ଗ ସେଣ୍ଟର କରାଯାଇଛି । ସେଠି ୧୩ ତ ୧୪ ତାରିଖ ୨ଦିନ ଧରି ରିଟର୍ଣିଙ୍ଗ ଅଫିସମାନଙ୍କୁ ଟ୍ରେନିଙ୍ଗ ଦିଆଯିବ ।

{"id":110673}

୧୫ ରୁ ୧୯ ତାରିଖ ଭିତରେ ଜିଲ୍ଲା ସ୍ତରୀୟ ଟ୍ରେନିଙ୍ଗ ହେବ । ଏସମସ୍ତଙ୍କୁ ଯେଉଁମାନେ ଟ୍ରେନିଙ୍ଗ ଦେବେ ସେହି ମାଷ୍ଟର ଟ୍ରେନରଙ୍କ ଟ୍ରେନିଙ୍ଗ ଏବେ ଜାରି ରହିଛି ।

{"id":110674}

ତେବେ ଫନି ବାତ୍ୟାରେ କୌଣସି ବି ଇଭିଏମ ଓ ଭିଭିପାଟ ମେସିନ ଖରାପ ହୋଇନି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସବୁଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଅଛି । କିନ୍ତୁ ୩ୟ ଫେଜର ୧୨ ଟି ଏବଂ ୪ର୍ଥ ଫେଜ୍ ର ୨୨ଟି ବୁଥରେ ଏଭଳି ୩୪ଟି ବୁଥରେ ସାନି ମତଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।

{"id":110675}

ମେ ୧୯ ତାରିଖ ଅର୍ଥାତ ସାଧାରଣ ନିର୍ବାଚନର ୭ମ ତଥା ଶେଷ ପର୍ଯାୟ ଦିନ ହିଁ ଏସବୁ ସ୍ଥାନରେ ନିର୍ବାଚନ ହେବ । ଏସବୁ ସ୍ଥାନରେ ବୁଥ ରିଗିଙ୍ଗ, ଇଭିଏମ ଓ ଭିଭିପାଟ ମେସିନ ଖରାପ ଆଦି ଅଭିଯୋଗ ହୋଇଥିଲା ।

{"id":110676}

ସେପଟେ ଭୋଟଗଣତି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏପଟେ ନିର୍ବାଚନ ସମୟର ଛକାପଞ୍ଛା ବି ଜାରି ରହିଛି । ଯେଉଁ ସବୁ ସ୍ଥାନରୁ ସାନି ମତଦାନପାଇଁ ଅଭିଯୋଗ ଆସିଥିଲା ସେସବୁ ସ୍ଥାନରେ ନହୋଇ କାହିଁକି ୩୪ଟି ବୁଥରେ ମତଦାନ ହେଉଛି ଏବଂ ଚାନ୍ଦବାଲିରେ ଭୋଟ ବେଳେ ବିଷାକ୍ତ ମଦପିଇ ଯେଉଁ ଲୋକ ମରିଥିଲେ ସେଥିପାଇଁ ଦାୟୀ ବିଜେଡି ନେତାଙ୍କୁ କାହିଁକି ଗିରଫ କରାଯାଉି ଆଦି ନେଇ ବି ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ଫେରାଦ ହୋଇଛି ।

{"id":110677}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.