Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ : ଅତି ସମ୍ବେଦନଶୀଳ ବୁଥ୍ ଗୁଡିକରେ ଓଡିଶା ପୋଲିସ୍ ସହ କେନ୍ଦ୍ରୀୟ ପୋଲିସ୍ ମୃତ୍ତୟନ

22/04/2019 at 8:55 AM

ଭୁବନେଶ୍ୱର ୨୨/୪ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭାରେ ଆସନ୍ତାକାଲି ଭୋଟଗ୍ରହଣ କରାଯିବ। ସମ୍ବଲପୁରରେ ମୋଟେ ୧୮୯ଟି ବୁଥ କରାଯାଇଛି । ସେଥିମଧ୍ୟରୁ ୬୨ଟି ଅତି ସମ୍ବେଦନଶୀଳ, ୧୭ଟି ମଡେଲ ବୁଥ ଓ ଗୋଟିଏ ପିଙ୍କ୍ ବୁଥ ରହିଛି । ପୁରୁଷ ଭୋଟର ୧ ଲକ୍ଷ ୬ ହଜାର ୪, ମହିଳା ଭୋଟର ୧ ଲକ୍ଷ ୩ ହଜାର ୭୩୯, ଭିନ୍ନକ୍ଷମ ଭୋଟର ୪ ହଜାର ୨୫୮ ଏବଂ ଅନ୍ୟ ଭୋଟର ୪୩ ଜଣ ରହିଛନ୍ତି । ଅବାଧ, ଶାନ୍ତିପୂର୍ଣ୍ଣ ଓ ତ୍ରୁଟିଶୂନ୍ୟ ନିର୍ବାଚନ ଉପରେ ଗୁରୁତ୍ବ ରଖିଛି ଜିଲ୍ଲାପ୍ରଶାସନ। ସମସ୍ତ ଇଭିଏମ୍ ଓ ଭିଭିପାଟ୍କୁ ବାରମ୍ବାର ଯାଞ୍ଚ କରାଯିବା ସହ ପୋଲିଂ ଅଧିକାରୀମାନଙ୍କୁ ମଧ୍ୟ ଏହାର ପରିଚାଳନା ନେଇ ତାଲିମ୍ ଦିଆଯାଇଛି। ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ବୁଥ୍ ଗୁଡିକରେ ଓଡିଶା ପୋଲିସ୍ ସହ କେନ୍ଦ୍ରୀୟ ପୋଲିସ୍ ମୃତ୍ତୟନ କରାଯିବା ବ୍ୟବସ୍ଥା କରାଯାଇଛି ।

ଢେଙ୍କାନାଳରେ ମଧ୍ୟ ଭୋଟଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଢେଙ୍କାନାଳ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପର୍ଜଙ୍ଗ ବିଧାନସଭା ତଥା ଢେଙ୍କାନାଳ ଲୋକସଭା ପାଇଁ ମତଦାନ କରାଯିବ । ଜିଲ୍ଲାରେ ଭୋଟ ୯ ଲକ୍ଷ୧୮ ହଜାର୮୬୧ ଜଣ ଭୋଟର ରହିଥିବା ବଳେ ତାଙ୍କ ପାଇଁ ୭୭୭ ଟି ଯାଗାରେ ୧୦୨୦ ଟି ବୁଥ ପ୍ରସ୍ତୃତ କରାଯାଇଛି । ସମ୍ବେଦନଶୀଳ ମତଦାନ କେନ୍ଦ୍ର ଗୁଡିକରେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅତି ସମ୍ବେଦନଶୀଳ ବୁଥ ଗୁଡିକରେ ସିସିଟିଭି ଲଗାଯାଇଛି ।

   Related Posts