ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ: ପ୍ରାର୍ଥୀ ଚୟନ ନେଇ ଚାଲିଛି ଅଙ୍କ କଷା, କେବଳ ତାରିଖ ଘୋଷଣାକୁ ଅପେକ୍ଷା

Published By : Prameya-News7 Bureau | March 03, 2021 IST

ପିପିଲି ୦୩।୦୩:  ପିପିଲି ଉପନିର୍ବାଚନ ପାଇଁ ସବୁ ପ୍ରସ୍ତୁତି ସରିଲାଣି । ଆବଶ୍ୟକ ଭିଭିପାଟ ଏବଂ ଇଭିଏମ୍ ମହଜୁଦ୍ ରହିଛି । ପୁଲିଂ ପାର୍ଟିଙ୍କ ଟ୍ରେନିଂ ଶେଷ ହୋଇଛି । ତାରିଖ ଘୋଷଣା ପରେ କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ ହେବ ଭୋଟ ଗ୍ରହଣ । ସେଥିପାଇଁ ଅତିରିକ୍ତ ବୁଥ୍‌ର ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଗୋଟିଏ ବୁଥ୍ ରେ ୧୦୦୦ ଜଣ ଭୋଟର ଭୋଟ ଦେବାର ବ୍ୟବସ୍ଥା ହୋଇଛି। ସେପଟେ ପାର୍ଥୀ ଘୋଷଣା କରି ନଥିଲେ ବି ରାଜ୍ୟର ପ୍ରମ୍ମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରସ୍ତିତି ସାରି ନିଜ ନିଜ ଜିତାପଟ ନେଇ ଅଖ କଷା ଚଳଆଇଛନ୍ତି। ଏବେ ଅପେକ୍ଷା କେବଳ ତାରିଖ ଘୋଷଣାକୁ।

ପିପିଲି ପ୍ରସ୍ତୁତି ସରିଲାଣି । ଉପନିର୍ବାଚନ ଭୋଟ ଲାଗି ଜମିଲାଣି ମାହୋଲ । କୋଭିଡ୍ କଟକଣା ଭିତରେ ଭୋଟ କରିବାକୁ  ପ୍ରସୁତି ସାରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ପିପିଲି ଭୋଟ ପାଇଁ ଆବଶ୍ୟକ ଭିଭିପାଟ ଏବଂ ଇଭିଏମ୍ ମହଜୁଦ୍ ରହିଛି । ପୁଲିଂ ପାର୍ଟିଙ୍କ ଟ୍ରେନିଂ ବି ସରିଲାଣି ।  ଗୋଟିଏ ବୁଥ୍ ରେ ୧୦୦୦ ଜଣ ଭୋଟର ଭୋଟ ଦେବାର ବ୍ୟବସ୍ଥା ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  କୋଭିଡ ଗାଇଡ୍ ଲାଇନ୍ ଅନୁଯାୟୀ ହେବ ଭୋଟ ଗ୍ରହଣ । ସେଥିପାଇଁ ଅତିରିକ୍ତ ବୁଥ୍ ର ବ୍ୟବସ୍ଥା କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିବା ସହ ତାରିଖ ଘୋଷଣା ପରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସଚନା ଦେଇଛନ୍ତି ।

ସେପଟେ ପିପିଲି ଉପନିର୍ବାଚନ ଲାଗି ରାଜ୍ୟର ତିନି ପ୍ରମ୍ମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବିଧି ବଦ୍ଧ ପ୍ରାର୍ଥୀ ଘୋଷଣା କରି ନ ଥିଲେ ବି କିଏ କାହାକୁ ପ୍ରାର୍ଥୀ କରିବେ ସେନେଇ ନିଜ ନିଜ ଅଙ୍କ କଷି ସାରିଛନ୍ତି । ବିଜେଡିର ଗଡ ଥିବା ପିପିଲିରେ ପୂର୍ବତନ ମନ୍ତ୍ରୀ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲିକୁ ପୁଣି ନିଜ ଦଖଲକୁ ନେବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପିପିଲି ପାଇଁ ବିଧାୟକ ପ୍ରତାପ ଦେବଙ୍କୁ ପଯ୍ୟବେକ୍ଷକ ନିଯୁକ୍ତି କରି ସ୍ବତନ୍ତ୍ର ଟିମ ଗଢିଛି ।ପିପିଲରେ ୨୦୧୯ରେ ୫୦.୬୬ ପ୍ରତିଶତ ଭୋଟ ପାଇଥିଲା। ଏଥର ଦଳ  ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ କି ତାଙ୍କ ପତ୍ନୀକୁ ପ୍ରାର୍ଥୀ କରିବ କି ନୂଆ ମୁହଁ ଦେବ ତାହା ଘୋ,ଣା ହୋଇନଥିଲେ ବି ୪୦ରୁ ୫୦ ହଜାର ଭୋଟରେ ଜିତିବ ବୋଲି ବିଜେଡି ଏବେ ଠୁ ଯୁକ୍ତି ବାଢିଲାଣି ।

ସେପଟେ ବିରୋଧୀ ଦଳ ଭୂମିକାରେ ଥିବା ବିଜେପି ଗତ ସାଧାରଣ ନିର୍ବାଚନରେ  ୪୧.୬୨ ପ୍ରତିଶ ଭୋଟ ପାଇ ୧୫ ହଜାର ଭୋଟରେ ହାରିଥିଲା । ଏଥର ଦଳ ବିଦ୍ଧି ବଦ୍ଧ ଘୋଷଣା କରି ନଥିଲେ ବି ସାଧାରଣ ନିର୍ବାଚନରେ ପରାଜିତ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ପୁଣି ପ୍ରାର୍ଥୀ କରିବାକୁ ଏକ ପ୍ରକାର ସ୍ଥିର କରିଛି । ନିକଟରେ ପିପିଲି ରେ ହୋଇଥିବା ଏକ ପଞ୍ଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ  ସରପଞ୍ଚ ଜିତି ଥିବାରୁ ଏହାକୁ ଉଦାହରଣ ଦେଇ ବିଜେପି ପିପିଲି ଦଖଲ କରିବ ବୋଲି ଯୁକ୍ତି ବାଢିଛି । ସେପଟେ କଂଗ୍ରେସ ବି କମିଟି ଗଢି ତାର ପ୍ରାର୍ଥୀ ସ୍ଥିର କରି ପିପିଲିରେ ଆଗୁଆ ହେବାକୁ ନିଜ ବଳ ଖଟାଇବାରେ ଲାଗିଛି ।

ଅକ୍ଟୋବର ୩ ତାରିଖରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ବିଜେଡି ହାତରେ ଥିବା ପିପିଲି ଆସନ ଖାଲି ପଡିଛି । ଏବେ ସମସ୍ତଙ୍କ ଅପେକ୍ଷା ଉପନିର୍ବାଚନ ତାରିଖ ଘୋଷଣାକୁ। ତାରିଖ ଘୋଷଣା ସରିବା ପରେ ରାଜନୈତିକ ଦଳ ମାନେ ନିଜର ଅସଲ କାର୍ଡ ଖୋଲିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.