ଆପଣଙ୍କ ଘରେ ଲାଗିଛି କି ଇଲେକ୍ଟ୍ରି ମିଟର : ତେବେ ନିଶ୍ଚୟ ପଢ଼ନ୍ତୁ
20/01/2019 at 2:06 PM

ନୂଆଦିଲ୍ଳୀ ୨୦/୧: ଯଦି ଆପଣଙ୍କ ଘରେ ସରକାରୀ ଇଲେକ୍ଟ୍ରି ମିଟର ଲାଗିଛି ଏବଂ ଆପଣ ଇଲେକ୍ଟ୍ରି ବିଲ୍ ଦେଇ ଦେଇ ଥକି ଗଲେଣି ତେବେ ଆପଣଙ୍କ ପାଇଁ ଖୁସି ଖବର । ସରକାର ଏକ ନୂଆ ଯୋଜନା ଆରମ୍ଭ କରିବାର ଘୋଷଣା କରିଛନ୍ତି।
ଭାରତୀୟ ସରକାରଙ୍କ କହିବା ଅନୁସାରେ ସବୁ ମାସରେ ବିଲ୍ ଦେବାର ଆବଶ୍ୟକତା ପଡ଼ିବ ନାହିଁ । ଏହା ପରିବର୍ତ୍ତେ ଏବେ ଆପଣଙ୍କୁ ପ୍ରିପେଡ ବିଲ୍ ହିସାବରେ ଜମା କରିବାକୁ ପଡ଼ିବ।
ଏହା ସହିତ ବିଦ୍ୟୁତ ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ ଅପ୍ରେଲ୍ ମାସରୁ ଏହା ସମସ୍ତ ବ୍ୟକ୍ତିଙ୍କ ପାଇଁ ଲାଗୁ ହେଉଅଛି। ଏହା ଦ୍ବାରା ଆପଣଙ୍କୁ ପ୍ରତି ମାସରେ ବିଲ୍ ଦେବାର ଆବଶ୍ୟକତା ପଡ଼ିବ ନାହିଁ।
ଏହି ସ୍ମାର୍ଟ ପ୍ରିପେଡ ମିଟରରେ ଆପଣଙ୍କୁ ଏହି ସୁବିଧା ଦିଆଯାଉଛି ଯେ ଆପଣଙ୍କୁ ଯେତେ ଦରକାର ସେତିକି ଟଙ୍କାର ବିଲ୍ ଦେବେ। ମାସକର ବିଲ୍ ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ।
Related Posts
କଦଳୀ ପତ୍ରରେ ଭୋଜନ କରିବା କେତେ ସ୍ୱାସ୍ଥ୍ୟକର ?
24 January 2021
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଗ୍ରୀନ୍ ମଟର, ଜାଣନ୍ତୁ ଏହାର କିଛି ଉପଯୋଗିତା
23 January 2021