ଚିକିତ୍ସା କ୍ଷେତ୍ରରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ଆଉ ଏକ ସଫଳତା : ପ୍ରିଓରାଲ ଏଣ୍ଡୋସ୍କୋପିକ୍ ମାଇଟୋନୋମୀ ପଦ୍ଧତିରେ ମାଗଣା ଅସ୍ତ୍ରୋପଚାର

Published By : Prameya-News7 Bureau | October 05, 2019 IST

ଭୁବନେଶ୍ବର ୫/୧୦: ଚିକିତ୍ସା କ୍ଷେତ୍ରରେ ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲରେ ଆଉ ଏକ ସଫଳତା । ପ୍ରିଓରାଲ ଏଣ୍ଡୋସ୍କୋପିକ୍ ମାଇଟୋନୋମୀ ପଦ୍ଧତିରେ ଏକଲାସିଆ କାଡିଆ ଭଳି ରୋଗର ମାଗଣା ଅସ୍ତ୍ରୋପଚାର ହୋଇଛି । ଇଷ୍ଟ ଜୋନରେ ସମ୍ ଏକମାତ୍ର ହସ୍ପିଟାଲ ଯେଉଁଠି ଏହି ରୋଗର ଚିକିତ୍ସା  କରାଯାଉଛି । ଗ୍ୟାଷ୍ଟ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ ସାହୁ ଏବଂ ତାଙ୍କ ଟିମ୍  ଏଭଳି ଅସ୍ତ୍ରୋପଚାର କରିପାରିଛନ୍ତି । …

{"id":166730}

ଏକଲାସିଆ କାଡିଆ । ମଣିଷର ଖାଦ୍ୟ ନଳୀରେ ଏହି ରୋଗ ହୋଇଥାଏ । ଏହା ଦ୍ବାରା ଖାଇବା ପିଇବାରେ ବହୁ ଅସୁବିଧା ହୁଏ । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ମାଗଣାରେ ଏଭଳି ରୋଗର ସଫଳ ଅପରେସନ ହୋଇଛି । ପୁରା ଇଷ୍ଟଜୋନରେ ସମ୍ ଏକମାତ୍ର ହସ୍ପିଟାଲ ଯେଉଁଠି ଏକଲାସିଆ କାଡିଆର ଚିକିତ୍ସା ହୋଇପାରୁଛି । ପ୍ରି ଓରାଲ ଏଣ୍ଡୋସ୍କପିକ ମାଇଟୋନୋମୀ ପଦ୍ଧତିରେ ଏହାର ଚିକିତ୍ସା କରିଛନ୍ତି ଗ୍ୟାଷ୍ଟ୍ରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ଏବଂ ତଙ୍କ ଟିମ୍ ।     

{"id":166731}

ଏକଲାସିଆ କାଡିଆ ରୋଗର ଚିକିତ୍ସା ଏବଂ ଅସ୍ତ୍ରୋପଚାର ସମ୍ପର୍କରେ ଡାକ୍ତର ମନୋଜ ସାହୁ ଚୀନର ସାଂଘାଇରେ ଟ୍ରେନିଂ ନେଇଥିଲେ । ବର୍ତ୍ତମାନ ସୁଦ୍ଧା ସମ୍ ହସ୍ପିଟାଲରେ ୨୮ ଜଣ ଏକଲାସିଆ କାଡିଆ ରୋଗୀଙ୍କ ଅସ୍ତ୍ରୋପଚାର ହୋଇସାରିଲାଣି । ୨୦୧୮ ମସିହା ସେପଟେମ୍ବର ୩୦ରେ ୫ ଜଣ ଏକଲାସିଆ କାଡିଆ ରୋଗୀଙ୍କ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଯାହା ଦେଶରେ ପ୍ରଥମ । ସେପଟେ ଏହି ବିରଳ ଅପରେସନ ପରେ ଖୁସି ଜାହିର କରିଛନ୍ତି ଏହି ରୋଗରେ ପୀଡିତ ରୋଗୀ ।

{"id":166732}

ବର୍ତ୍ତମାନ ଦେଶର ମୁମ୍ବାଇ ଓ ହାଇଦ୍ରାବାଦରେ ଏକଲାସିଆ କାଡିଆ ରୋଗର ଚିକିତ୍ସା କରାଯାଉଛି । ଆଉ ଏଥିପାଇଁ ପାଖାପାଖି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଆଗକୁ ସମ୍ ହସ୍ପିଟାଲରେ ମାତ୍ର ୧୦ ହଜାର ଟଙ୍କାରେ ଏଭଳି ଅସ୍ତ୍ରୋପଚାର କରାଯିବ । ଏଥିପାଇଁ  ଗ୍ୟାଷ୍ଟ୍ରଲୋଜି ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁଙ୍କ ନେତୃତ୍ବରେ ଏକ ୭ ଜଣିଆ ଟିମ୍ ଗଠନ କରାଯାଇଛି ।

{"id":166733}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.