ପ୍ରେମିକାକୁ ଡାକିଥିଲେ, ଖବର ପାଇ ମାଆ ଚାଲିଆସିଲେ : ବିଚ୍ ରାସ୍ତାରେ ଅର୍ଦ୍ଧଉଲଗ୍ନ କରି ପ୍ରେମିକର ସାଙ୍ଗକୁ ପିଟିଲେ

Published By : Prameya-News7 Bureau | July 22, 2021 IST

କେନ୍ଦ୍ରାପଡ଼ା,୨୩/୦୭: ପ୍ରେମିକାକୁ ଫୋନ୍‌ କରି ଡକାଇଥିଲେ । ହେଲେ ପ୍ରେମିକା ତ ଆସିଲେନି । ତାଙ୍କ ମା’ ଖବର ପାଇ ଚାଲିଆସିଥିଲେ । ତା’ ପରେ ବିଚ୍‌ରାସ୍ତାରେ ଚାଲିଲା ହାଇଡ୍ରାମା । ପ୍ରେମିକଙ୍କ ବନ୍ଧୁଙ୍କୁ କାବୁ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ ଓ ପରେ ତାଙ୍କୁ ଅର୍ଦ୍ଧଉଲଗ୍ନ କରି ବିଚ୍‌ରାସ୍ତାରେ ପିଟିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ରାପଡ଼ା ସହରର ବ୍ଲକ୍‌ରୋଡ୍‌ରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଲିଛି । ଟାଉନ୍‌ ଥାନାରେ ଏନେଇ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡ଼ା ସହର ସାନ୍ତସାହି ଅଞ୍ଚଳରେ ଜଣେ ମହିଳା ଏକ ଦୋକାନ କରି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ତାଙ୍କ ଘର କଂସାର ଅଞ୍ଚଳରେ । କିଛିଦିନ ହେବ ତାଙ୍କ ଦୋକାନ ଆଗରେ ଥିବା ଫୋନ୍‌ ନମ୍ବର ପାଇ ଏକାଧିକ ଯୁବକ ମହିଳାଙ୍କର ଝିଅଙ୍କ ସହ କଥା ହେଉଥିଲେ । ଏକଦା ଫୋନ୍‌ଟି ମହିଳାଙ୍କ ହାତରେ ପଡ଼ିଯାଇଥିଲା । ଯୁବକ ମହିଳାଙ୍କ ଝିଅଙ୍କ ସହ କଥା ହେଉଥିବା ଭାବିଥିବା ବେଳେ ମହିଳା ଜଣକ ତାଙ୍କୁ ତାଙ୍କର ଦୋକାନ ପାଖକୁ ଦେଖା କରିବାକୁ ଡାକିଥିଲେ । ସମ୍ପୃକ୍ତ ଯୁବକ ଦୋକାନ ପାଖରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଯାଇଥିଲା ହାଇଡ୍ରାମା ।

ଫୋନ୍‌ କରିଥିବା ଯୁବକ ଖସି ଯାଇଥିବା ବେଳେ ତାଙ୍କ ସାଙ୍ଗରେ ଆସିଥିବା ବନ୍ଧୁକୁ ଫୋନ୍‌ ଦେଇ ପଳାଇ ଯାଇଥିଲେ । ତା’ ପରେ ସମ୍ପୃକ୍ତ ମହିଳା ବିଚ୍‌ ରାସ୍ତାରେ ହଙ୍ଗାମା କରିଥିଲେ । ସମ୍ପୃକ୍ତ ଯୁବକଙ୍କୁ ସେ ଟଣାଘୋଷରା କରି ଅଶ୍ଳୀଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିଥିଲେ । ପରେ ଚୁନରିରେ ବାନ୍ଧିଦେଇ ସମସ୍ତଙ୍କ ସାମ୍ନାରେ ତାଙ୍କୁ ନିସ୍ତୁକ ପିଟିଥିଲେ । ତାଙ୍କ ଫୋନ୍‌ ଛଡ଼ାଇ ରଖି ପରେ ତାଙ୍କୁ ଟାଉନ ପୁଲିସ ଜିମା ଦେଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ନାଗପୁର ଗ୍ରାମରେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.