Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସନ୍ଦେହ ବଢିବାରୁ ଯୁବତୀ ଦେଲେ ପ୍ରେମର ପ୍ରମାଣ : ପ୍ରେମିକାକୁ କାର୍ ଉପରେ ବାନ୍ଧି ସହର ସାରା ବୁଲାଇଲା ପ୍ରେମିକ

5/08/2021 at 12:36 PM

ନୂଆଦିଲ୍ଲୀ ୦୫/୦୮: ଗୋଟିଏ ସମ୍ପର୍କରେ ବିଶ୍ବାସ ଓ ଭରସା ରହିବା ଅତ୍ୟନ୍ତ ଜରୁରୀ । ସନ୍ଦେହ ସମ୍ପର୍କକୁ ବରବାଦ କରିଦିଏ । ଏହି ସନ୍ଦେହ ପାଇଁ କିପରି ଜଣେ ପ୍ରେମିକ ପ୍ରେମର ପ୍ରମାଣ ଚାହୁଁଛି ତାହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ ଜଣେ ବ୍ୟକ୍ତି ଷ୍ଟଣ୍ଟ ମାଧ୍ୟମରେ ନିଜ ପାର୍ଟନରଙ୍କ ଟ୍ରଷ୍ଟ ଟେଷ୍ଟ କରୁଛନ୍ତି ।

ଋଷିଆରେ ରହୁଥିବା ଜଣେ ସୋସିଆଲ ମିଡିଆର ଇନଫ୍ଲୁଏନ୍ସର ଏପରି କିଛି କରିଛନ୍ତି ଯାହା ଦେଖିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପକାଇଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବ୍ୟକ୍ତି ଜଣଙ୍କ ଚଳନ୍ତା କାର ଉପରେ ଯୁବତୀଙ୍କୁ ବାନ୍ଧି ସାରା ସହର ବୁଲାଉଥିବା ନଜର ଆସିଛି ।
ବାସ୍ତବରେ ଏହି ଘଟଣାଟି ଋଷିଆ ରାଜଧାନୀ ମସ୍କୋରୁ ଆସିଛି । ସର୍ଗେଇ ନାମକ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ଅଦ୍ଭୁତ ଷ୍ଟଣ୍ଟ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଦୁହିଁଙ୍କୁ କେତେ ବିଶ୍ବାସ କରନ୍ତି ଓ ଭରଷା କରନ୍ତି ତାକୁ ଭିତ୍ତି ଏହି ଚଳନ୍ତା ଗାଡି ଉପରେ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ ପ୍ରେମିକ । ଏହି ସମୟରେ ଶହ ଶହ ଲୋକ ତାଙ୍କୁ ଦେଖୁଥଲେ । ତେବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ପ୍ରେମିକ ତା ପ୍ରେମିକାର ଗୋଟିଏ ହାତକୁ ପ୍ରେମିକା କାରର ଛାତ ଉପରେ ଦଉଡିରେ ବାନ୍ଧି ଦେଇଛି ଓ ଆଉ ଏକ ହାତକୁ ନିଜେ ଧରିଛି । ଅନ୍ୟ ପଟେ ପ୍ରେମିକ ନିଜେ ଏକ ହାତରେ ଗାଡି ଚଲାଉଛନ୍ତି । ଏଭଳି ପରିସ୍ଥିତିରେ ସାରା ସହର ବୁଲାଇଛନ୍ତି । କିନ୍ତୁ ଅଧିକାଂଶ ଲୋକଙ୍କୁ ପ୍ରେମୀ ଯୁଗଳଙ୍କ ଏହି ଅଦ୍ଭୁତ କାର୍ଯ୍ୟକଳାପ ପସନ୍ଦ ଆସିନଥିଲା । ଏପରି କରିବା ସାଙ୍ଘାତିକ ପରିସ୍ଥିତି ହୋଇପାରେ ବୋଲି କିଛି ଲୋକ ଆପତ୍ତି ମଧ୍ୟ କରିଛନ୍ତି । ଘଟଣାକୁ କେନ୍ଦ୍ର କରି ସର୍ଗେଇ କୋସେକ୍ନୋଙ୍କ ଉପରେ ପୋଲିସ୍ ବଡ ରକମର ଜରିମାନା ଲଗାଇଛି । ଅନ୍ୟପଟେ ଏହି ଷ୍ଟଣ୍ଟ ଦେଖିବା ପରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଓ ଟ୍ରୋଲ ହେବା ଯୋଗୁଁ ସର୍ଗେଇ କ୍ଷମା ମଧ୍ୟ ମାଗିଛନ୍ତି ।

   Related Posts