ପ୍ରେମିକାର ମୁହଁକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ, ଫେସବୁକରୁ ଆରମ୍ଭ ହୋଇଥିଲା ଲଭ୍ ଷ୍ଟୋରୀ

Published By : Prameya-News7 Bureau | June 28, 2021 IST

ବେଲପଡା, ୨୮/୦୬: ପ୍ରେମର କରୁଣ ପରିଣତି । ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ ।  ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡାବାହାଲ ଗ୍ରାମର ଜଣେ ଯୁବତୀକୁ ତାର ପ୍ରେମିକ ଛୁରୀ ଭୁସି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।  

ପୋଲିସ ସୂତ୍ରରୁ ପ୍ରକାଶ ଯେ, ବଙ୍ଗୋମୁଣ୍ଡାବାହାଲ ଗାଁର ରୁପାଲି(ଛଦ୍ମନାମ) (୨୪) ପାଟଣାଗଡ଼ ଥାନା ବରପିଟା ଗ୍ରାମର ପ୍ରକାଶ ବେହେରାଙ୍କ ସହିତ ଗତ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ । ଫେସବୁକରୁ ହିଁ ଉଭୟଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠି ଉଠିଥିଲା । ପ୍ରେମିକ ପ୍ରକାଶ ବିବାହିତ ଓ ୨ ସନ୍ତାନର ବାପା ବୋଲି ପ୍ରେମିକା ଜାଣିବାକୁ ପାଇଥିଲେ । ପରେ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ କିଛି ଦିନ ଗଲାପରେ ପୁଣି ଦୁହେଁ ଫୋନ ଯୋଗେ କଥାବାର୍ତ୍ତା ହେଉଥିଲେ ବୋଲି ପ୍ରେମିକା ଜଣକ ପ୍ରକାଶ କରିଛନ୍ତି ।

ତେବେ କୌଣସି କାରଣରୁ ଗତ ୨୬ ତାରିଖ ରାତ୍ରି ପ୍ରାୟ ୧ଟା ସମୟରେ ପ୍ରେମିକା ଘର ବଙ୍ଗୋମୁଣ୍ଡାବାହାଲ ଗାଁକୁ ପ୍ରେମିକ ଆସି ପ୍ରେମିକାକୁ ମୁହଁକୁ ବାରମ୍ବାର ଛୁରୀ ଭୁସି ମରଣାନ୍ତକ ଆକ୍ରମଣ କରିଥିଲା । ଏହାପରେ ରବିବାର ଥାନାରେ ଅଭିଯୋଗ କରିବା ସହ ପ୍ରେମିକା ଗୁରୁତର ଅଭସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଥାନାରେ ଅଭିଯୋଗ ହେବାପରେ ପୋଲିସ ବଙ୍ଗୋମୁଣ୍ଡାବାହାଲରେ ପହଞ୍ଚି ତଦନ୍ତ ଚଲାଇଛି । ତେବେ ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.