Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଓଃ କି ପ୍ରେମ ! ପ୍ରେମିକାର ଦାମୀ ସଉକ ପୂରଣ ପାଇଁ ଚୋରି କଲା ପ୍ରେମିକ, ଲୁଟ୍ ଟଙ୍କାରେ ଦେଲା ହୀରା ମୁଦି

30/04/2021 at 11:50 AM

ଭୁବନେଶ୍ୱର,୩୦/୦୪:ପ୍ରେମିକ ପାଲଟିଲା ଚୋର । ଚୋରି ଟଙ୍କାରେ ପ୍ରେମିକାକୁ ଦେଲା ଦାମୀ ଗିଫ୍ନ । ଜଣେ ନାବାଳକ ପ୍ରେମିକାକୁ ଖୁସି କରିବାକୁ ଯାଇ ଚୋରି କରିଛି । ଚୋରି ଟଙ୍କାରେ ପ୍ରେମିକାକୁ ହୀରା ମୁଦି ଉପହାର ଦେଇଛି । ଶେଷରେ ପୁଲିସ ହାତରେ ଧରାପଡ଼ି ଜେଲ୍‌ ଯାଇଛି । ଏଭଳି ଘଟଣା ଘଟିଛି ରାଜଧାନୀରେ । ଗିରଫ ନାବାଳକ ହେଉଛି ଖାରବେଳନଗର ଥାନା ଅଞ୍ଚଳର । ପୁଲିସ ନାବାଳକ ଠାରୁ ଚୋରି ଲାପ୍‌ଟପ, ୩୬ ହଜାର ଟଙ୍କା ଓ ଏକ ହୀରା ମୁଦି ଜବତ କରିଛି । ଏହି ଚୋରିରେ ସଂପୃକ୍ତ ଅନ୍ୟ ଜଣେ ନାବାଳକ ଏବେ ଫେରାର୍‌ ଅଛି ।

ପୁଲିସ ସୂଚନା ଅନୁଯାୟୀ, ୟୁନିଟ୍‌-୪ ଶାସ୍ତ୍ରୀନଗର ପ୍ଲଟ୍‌ ନଂ-୧/ଏରେ ରହୁଛନ୍ତି ଡାକ୍ତର ଜି.ବି ପତି । ଗତ ୨୭ ତାରିଖରେ ଡାକ୍ତରଙ୍କ ପୁଅ ଶିବାଶିଷ ପତି ତାଙ୍କ କଂପ୍ୟୁଟର ରୁମ୍‌କୁ ସକାଳେ ଯିବା ବେଳେ ଉକ୍ତ ଘରୁ ଏକ ଦାମୀ ଲାପ୍‌ଟପ ଓ ଟେବୁଲ ଡ୍ରୟାରରୁ ୫୮ ହଜାର ଟଙ୍କା ଚୋରି ଯାଇଥିବା ଜାଣିବାକୁ ପାଇଥିଲେ । ସେ ତାଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କଲାବେଳେ ସେଥିରେ ଚିତ୍ର ସ୍ପଷ୍ଟ ଆସି ନଥିଲା । ତେଣୁ ସେ ସମ୍ମୁଖ ଘରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବା ବେଳକୁ ୨ ଜଣ ତାଙ୍କ ଘରେ ପଶି ଚୋରି କରିଥିବା ଜାଣିବାକୁ ପାଇଥିଲେ ।

ଶିବାଶିଷ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସିସିଟିଭି ଫୁଟେଜରୁ ଶାସ୍ତ୍ରୀନଗର ଅଞ୍ଚଳରେ ରହୁଥିବା ନାବାଳକ(୧୭)କୁ ଚିହ୍ନଟ କରିଥିଲେ । ତାକୁ ଜେରା ବେଳେ ସେ ଚୋରି ଟଙ୍କାରୁ ୨୨ ହଜାର ଟଙ୍କା ଦେଇ ଏକ ଜୁଏଲାରୀ ଦୋକାନରୁ ହୀରା ମୁଦି କିଣିଥିଲା । ଉକ୍ତ ମୁଦିକୁ ସେ ତା’ ପ୍ରେମିକାକୁ ଦେଇଥିବା କହିଥିଲା । ପୋଲିସ ନାବାଳକକୁ ଧରି ପ୍ରେମିକା ଠାରୁ ହୀରା ମୁଦି ଜବତ କରିଥିଲା । ଏଥିସହ ନାବାଳକ ଠାରୁ ୩୬ ହଜାର ଟଙ୍କା ଓ ଲାପ୍‌ଟପ ଜବତ କରିଥିଲା । ଆଜି ନାବାଳକକୁ କୋର୍ଟ ଚାଲାଣ କରା ଯାଇଛି । ଏଥିରେ ସଂପୃକ୍ତ ଅନ୍ୟ ଜଣେ ନାବାଳକକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

   Related Posts