ବିବାହ ପାଇଁ ହଁ କହିଥିଲା, ଶାରୀରିକ ସମ୍ପର୍କ ପରେ ଠକିଦେଲା ପ୍ରେମିକ : ନ୍ୟାୟ ମାଗୁଛି ଗର୍ଭବତୀ ପ୍ରେମିକା

Published By : Prameya-News7 Bureau | July 24, 2021 IST

ଚଣ୍ଡିଖୋଲ, ୨୪/୦୭ : ବିବାହ କରିବାକୁ ପ୍ରତିଶ୍ରୁତି ଦେଲା । କିନ୍ତୁ ଶାରୀରିକ ସମ୍ପର୍କ ପରେ ଛାଡିଦେଲା ପ୍ରେମିକ । ପ୍ରେମିକା ଅନ୍ତଃସତ୍ତ୍ଵା ହେବାରୁ ଠକିଦେଲେ ପ୍ରେମିକ। ବିବାହ ବି କଲାନି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳିପୁର ପଞ୍ଚାୟତରେ। ନ୍ୟାୟ ପାଇବା ଆଶାରେ ଏବେ ଥାନାରେ ପୀଡିତା।

ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳିପୁର ପଞ୍ଚାୟତରେ ରୁହନ୍ତି ମାକରମ ଅଲ୍ଲୀ । ମାକରମଙ୍କ ଝିଅଙ୍କର ଘର ପାଖର ସାଦତ ଖାଁ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହେଁ ଦୀର୍ଘ ଦିନ ଧରି ମିଳାମିଶା କରୁଥିଲେ। ଏହାପରେ ଯୁବକ ଜଣଙ୍କ ଉକ୍ତ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲେ। ହେଲେ ଯୁବତୀ ଜଣଙ୍କ ଏବେ ଅନ୍ତଃସତ୍ତ୍ଵା ହେବାରୁ ବିବାହ କରିବାକୁ ମନା କରି ଫେରାର ହୋଇଯାଇଛନ୍ତି ଯୁବକ। ସେପଟେ ଯୁବତୀଙ୍କ ପରିବାର ଲୋକେ ଆପୋଷ ସମାଧାନ କରିବାକୁ କହିବାରୁ ଯୁବକଙ୍କ ପରିବାର ଲୋକେ ବିବାହ ହେବନି ବରଂ ଟଙ୍କା ନେଇ ରଫାଦଫା କରିବାକୁ ସଫା ସଫା କହିଦେଇଥିଲେ ।

ଫଳରେ ଯୁବତୀ ଜଣଙ୍କ ଏବେ ନ୍ୟାୟ ଦାବିରେ ବାଲିଚନ୍ଦ୍ରପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି। ଏନେଇ ପୀଡିତା ଥାନାରେ ଲିଖିତ ଅଭିଯୋଗ କରିବା ସହ ଯୁବକଙ୍କ ସହ ବିବାହ କରିବାକୁ ଦାବି କରିଛନ୍ତି। ଏନେଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.