Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସଇତାନ ପ୍ରେମିକ : ପ୍ରେମିକାକୁ ଦେହ ବ୍ୟବସାୟରେ ଲଗାଉଥିଲା, ନିଜେ ଯୋଗାଡ କରୁଥିଲା ଗ୍ରାହକ

8/03/2021 at 9:58 AM

ନୂଆଦିଲ୍ଲୀ,୦୮/୦୩:  ଗତ ସପ୍ତାହରେ ନୋଏଡା ପୋଲିସ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ କରିଥିଲା । ଗତ ୨୭ ତାରିଖରେ ନୋଏଡା ପୋଲିସ ସେକ୍ଟର ୨୪ ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଚଢଉ କରିଥିଲା । ଏହି ଗେଷ୍ଟ ହାଉସରୁ ୪ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା ।

ନୋଏଡା ପୋଲିସ ଯୁବତୀଙ୍କୁ ପଚରାଉଚୁରା କରିଥିଲା । ଉଦ୍ଧାର ହୋଇଥିବା ଯୁବତୀଙ୍କ ମଧ୍ୟରେ ଜଣେ ନାବାଳିକା ଥିଲେ । ସେ ଏପରି ଗୁମର ଖୋଲିଥିଲେ ଯାହା ପୋଲିସକୁ ଚକିତ କରି ପକାଇଥିଲା । ତାଙ୍କ ପ୍ରେମିକ ହିଁ ତାଙ୍କୁ ଦେହ ବ୍ୟବସାୟ ପାଇଁ ପ୍ରବର୍ତ୍ତାଉଥିବା ସେ କହିଥିଲେ । ଏବେ ନାବାଳିକାଙ୍କୁ ପୋଲିସ ଏକ ସଟ୍ ଷ୍ଟେ ହୋମକୁ ପଠାଇ ଦେଇଛି ।

ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିବା ୧୭ ବର୍ଷୀୟା ନାବାଳିକାଜଣଙ୍କ ପୋଲିସକୁ କହିଥିଲେ ଯେ, ସେ ବିହାରର ମୁଜାଫରନଗରରେ ରୁହନ୍ତି । ତାଙ୍କ ପ୍ରେମିକ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦିଲ୍ଲୀ ଆଣିଥିଲା । କିଛି ଦିନ ଯାଏଁ ସବୁ ଠିକଠାକ୍ ଚାଲିଥିଲା । ଏହାପରେ ପ୍ରେମିକ ତାଙ୍କୁ ଦେହବ୍ୟବସାୟ କରିବାକୁ ବାଧ୍ୟ କରିଥିଲା । ପରେ ପ୍ରେମିକ ବାବଦରେ ସତ ଜାଣିବା ପରେ ନାବାଳିକାଜଣଙ୍କର  ପାଦ ତଳୁ ମାଟି ଖସି ଯାଇଥିଲା ।

ନାବାଳିକାଜଣଙ୍କ ଆହୁରି କହିଛନ୍ତି ଯେ, ଦେହବ୍ୟବସାୟ ପାଇଁ ପ୍ରେମିକ ହିଁ ଗ୍ରାହକ ଯୋଗାଡ କରୁଥିଲା । ଏଥିପାଇଁ ତାଙ୍କୁ ଦିଲ୍ଲୀ ଓ ନୋଏଡାର ଭିନ୍ନ ଭିନ୍ନ ଗେଷ୍ଟ ହାଉସକୁ ନେଉଥିଲା । ସେଠାରେ ତାଙ୍କୁ ଖରାପ କାମ କରିବାକୁ ବାଧ୍ୟ କରୁଥିଲା । ଏପରିକି ମନା କଲେ ମାରପିଟ୍ ମଧ୍ୟ କରିବାକୁ ପ୍ରେମିକ ପଛାଉନଥିଲା । ଏପରିକି ଗତ ୨ ମାସରେ ତାଙ୍କୁ ୨୪ରୁ ଅଧିକ ଗେଷ୍ଚ ହାଉସକୁ ନେଇ ପ୍ରେମିକ ଦେହବ୍ୟବସାୟରେ ଲଗାଇଥିବା ନାବାଳିକାଜଣଙ୍କ କହିଛନ୍ତି ।

   Related Posts