Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସନ୍ଦେହରୁ ପ୍ରେମିକାକୁ ହାଣି ଦେଇଥିଲା ପ୍ରେମିକ : ୧୪ ବର୍ଷ ପରେ ହତ୍ୟାକାରୀ ମାନିଲା, କିନ୍ତୁ ବୁଲେଇ ବଙ୍କେଇ କହିଲା

22/06/2020 at 9:25 AM

ପଦ୍ମପୁର ୨୨।୬: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଛେଲିଆପାଲିଠାରେ ଗତ ୨୦୦୬ ମସିହା ୨୧ ତାରିଖରେ ହୋଇଥିବା ହତ୍ୟାକାଣ୍ଡର ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ହତ୍ୟାକାରୀ ହେଉଛି ସେହି ଛେଲିଆମାଲ ଗ୍ରାମର ତରଣୀ ମହାକୁଡ । ପ୍ରେମ ଓ ସନ୍ଦେହ କାରଣରୁ ଏହି ହତ୍ୟାକାଣ୍ଡଟି ଘଟାଇଥିବା ତରଣୀ ସ୍ଵୀକାର କରିଛି ।

ତରଣୀ ବୟାନ ଅନୁସାରେ, ୫ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟ ବିବାହ କରିବା ପାଇଁ ମଧ୍ୟ ମନସ୍ଥ କରିଥିଲେ । ହେଲେ ଘର ଲୋକେ ଏଥିରେ ରାଜି ନଥିଲେ । କିନ୍ତୁ ଦୁହେଁ ଦୁହିଁଙ୍କଠୁ ଅଲଗା ହେବାକୁ ଚାହୁଁନଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଜାୟ ରହିଥିଲା ।

ଏମିତି କିଛି ଦିନ ଗଲା ପରେ ସମ୍ପର୍କୀୟ ଭିଣୋଇଙ୍କ ସହ ଫୋନରେ ଯୁବତୀ ଜଣଙ୍କ କଥା ହେଉଥିବା ତରଣୀ ସନ୍ଦେହ କରିଥିଲେ । ଏହାପରେ ସେ ଯୁବତୀଙ୍କୁ ତାଙ୍କ ଭିଣୋଇଙ୍କ ସହ କଥା ନ ହେବାକୁ ବାରମ୍ବାର ତାଗିଦ କରିଥିଲେ । ତାରଣୀ ସନ୍ଦେହ ଧୀରେ ଧୀରେ ଦୁହିଁଙ୍କ ଭିତରେ ତିକ୍ତତାର କାରଣ ପାଲଟିଗଲା ।

ଘଟଣା ଦିନ ଯୁବତୀ ଜଣଙ୍କ ନିଜ କ୍ଷେତକୁ ଯାଇଥିବା ବେଳେ ତରଣୀ ତାଙ୍କ ବିଲରେ ଚାଷ କରୁଥିଲେ । ସେହି ସମୟରେ ତରଣୀ ଚକ୍ରାନ୍ତ କରି ଯୁବତୀଙ୍କୁ ନିକଟସ୍ଥ ଏକ ନାଳକୁ ଡାକିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ବଚସା ହୋଇଥିଲା । ତରଣୀ ଯୁବତୀଙ୍କୁ ମାରିଦେବି ବୋଲି କହି ଧମକ ମଧ୍ୟ ଦେଇଥିଲା । ହେଲେ ଯୁବତୀ ଜଣଙ୍କ ତରଣୀଙ୍କ କଥାକୁ ମଜାକ ଭାବି ନିଜ ବେକକୁ ଦେଖାଇ ଦେଇଥିଲେ । ଏପଟେ ସନ୍ଦେହରେ ବୁଡି ରହିଥିବା ପ୍ରେମିକ ତରଣୀ ସତକୁ ସତ ଟାଙ୍ଗିଆରେ ଯୁବତୀଙ୍କ ବେକକୁ ବାରମ୍ବାର ଚୋଟ ମାରି ହତ୍ୟା କରିଥିଲା ।

ପାଇକମାଲ ପୋଲିସ ଘଟଣାର ତଦନ୍ତ କରି ହତ୍ୟାକାରୀ ତରଣୀ ମହାକୁଡକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଯୁବତୀଙ୍କ ମୋବାଇଲ ତଥା ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts