Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଏମବିବିଏସ ପଢୁଥିବା ପ୍ରେମିକାକୁ ମନାଇବାକୁ ଆସିଥିଲା ପ୍ରେମିକ, ଏଟିଏମ ଲୁଟ୍ ବେଳେ ଧରା ପଡିଗଲା…

11/04/2021 at 1:57 PM

ଲକ୍ଷ୍ନୌ,୧୧/୦୪:  ପ୍ରେମ ସତରେ ଅନ୍ଧ । ପ୍ରେମରେ ମତୁଆଲା ହୋଇ କିଏ କିଛି ବି କରିପାରନ୍ତି । ଏପରି ଏକ ମାମଲା ସାମ୍ନାକୁ ଆସିଛି ବରେଲୀରେ । ଏଠାରେ ଜଣେ ଯୁବକ ନିଜ ପ୍ରେମିକାକୁ ଦେଖା କରିବା ପରେ ଏଟିଏମ ଲୁଟ୍ ବେଳେ ଧରା ପଡିଛି ।

ସୂଚନାନୁସାରେ, ଉତ୍ତର ପ୍ରଦେଶର ବରେଲୀ ପ୍ରେମ ନଗର ପୋଲିସ ଏଟିଏମ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଥିଲା ।ଏହି ଘଟଣାରେ ପୋଲିସ ୪ ଯୁବକଙ୍କୁ ଗିରଫ କରିଥିଲା । ଏହାମଧ୍ୟରୁ ଜଣେ ଯୁବକର କାହାଣୀ ସମସ୍ତଙ୍କୁ ଚକିତ କରିଛି ।

ପୋଲିସର କହିବାନୁସାରେ, କିଛି ଯୁବକ ନାଇଟ୍ କର୍ଫ୍ୟୁ ବେଳେ ଏକ ବ୍ୟାଙ୍କର ଏଟିଏମ ଲୁଟ୍ ଯୋଜନାରେ ପ୍ରେମ ନଗର ପହଁଚିଥିଲେ । ସେମାନେ ନୈନିତାଲ ରୋଡରେ ଥିବା ଏଟିଏମ ଲୁଟ୍ ଉଦ୍ୟମ କରିଥିଲେ । ପୋଲିସ ଆସିଯିବାରୁ ସେମାନେ ଫେରାର ହେବାକୁ ଚେଷ୍ଟା କଲା ବେଳେ ଧରା ପଡିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବରେଲୀରେ ରହୁଥିବା ନିଜ ପ୍ରେମିକାକୁ ଦେଖା କରିବାକୁ ଆସିଥିଲା । ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ତେଣୁ ପ୍ରେମିକାକୁ ବୁଝାଇବା ପାଇଁ ଯୁବକଜଣଙ୍କ ଏଠାକୁ ଆସିଥିଲେ । ପ୍ରେମିକାଜଣଙ୍କ ଏମବିବିଏସ ଛାତ୍ରୀ । ପରେ ଯୁବକଜଣଙ୍କ ଏଟିଏମ ଲୁଟେରାଙ୍କ ସଂସ୍ପର୍ଶରେ ଆସିଯାଇଥିଲା ।

ଏସଏସପି ରୋହିତ ସିଂ କହିଛନ୍ତି ଯେ, ଲୁଟେରା ଗ୍ୟାଙ୍ଗ୍‌ର ଜଣଙ୍କୁ ଛାଡି ବାକି ସମସ୍ତେ ଗିରଫ ହୋଇଛନ୍ତି । ଫେରାର ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି । ସେମାନଙ୍କ ନିକଟରୁ ଏଟିଏମ କାଟିବା ମେସିନ, ବ୍ଲେଡ୍, ଚାକୁ ଓ ବାଇକ୍ ଜବତ କରାଯାଇଛି ।

   Related Posts