Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

‘ଭଲ ପାଉଛି, ବାହା ହେବି’ : ଥାନାକୁ ଆସିଲେ ଯୁବତୀ, ପ୍ରେମିକକୁ ବାହା ହେବାକୁ ଲୋଡିଲେ ପୋଲିସ ସହାୟତା, ଜିଦି କରି ବସିଲେ

7/09/2021 at 2:23 PM

ଭୁବନେଶ୍ୱର, ୦୭//୦୯:  ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ । ଖାଇବା, ବୁଲିବାଠୁ ଆରମ୍ଭ କରି ଫିଲ୍ମ ଦେଖା, ଲଙ୍ଗ୍ ଡ୍ରାଇଭରେ ଯିବା ସବୁ ଏକାଠି। ସମ୍ପର୍କ ଏତେ ଗଭୀର ଯେ ଉଭୟଙ୍କ ମଧ୍ୟରେ ଥିଲା ଶାରୀରିକ ସମ୍ପର୍କ । କିନ୍ତୁ ବିବାହ କରିବାକୁ ମନା କରିଦେଲା ପ୍ରେମିକ । ଯାହାକୁ ନେଇ ଥାନା ଆଗରେ ଧାରଣା ଦେଲା ପ୍ରେମିକା ।   

ସୂଚନା ଅନୁସାରେ, ପ୍ରେମିକ ଓ ପ୍ରେମିକା ଉଭୟଙ୍କ ଘର ସୁନ୍ଦରଗଡ଼ରେ। ପ୍ରେମିକ ଓଏମସିରେ ଚାକିରୀ କରନ୍ତି । ପ୍ରେମିକା ମଧ୍ୟ ଖୁବ୍ ଶିଖିତା । ସେମାନଙ୍କ ମଧ୍ୟରେ  ୬ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମଥାରେ ସିନ୍ଦୂର ଦେବ ବୋଲି ପ୍ରେମିକ ଦେଇଥିଲା ପ୍ରତିଶ୍ରୁତି । କହିଥିଲା ମିଠା ମିଠା କଥା । ଗଭୀର ହୋଇଥିଲା ସମ୍ପର୍କ । ଶାରୀରିକ ସମ୍ପର୍କ ବି ଥିଲା । କିନ୍ତୁ ଶେଷରେ ପ୍ରତାରଣା କଲା ପ୍ରେମିକ । ଜାତି ଅଳଗା ହୋଇଥିବାରୁ ବିବହ କରିବାକୁ ରାଜି ହେଲାନି । ପ୍ରେମିକର ପରିବାର ଲୋକେ ବି ଉଭୟଙ୍କ ସମ୍ପର୍କକୁ ସ୍ୱୀକାର କରିନଥିଲେ । କିନ୍ତୁ ପରେ ବିବାହ କରିବା ବଦଳରେ ପ୍ରତାରଣା କରିଥିଲା ପ୍ରେମିକ। ଅଲଗା ଜାତିର ହୋଇଥିବାରୁ ପରିବାର ଲୋକ ରାଜି ହେଉ ନ ଥିବା କହିଥିଲେ।

ଶେଷରେ ଚାରିଆଡୁ ନିରାଶ ହୋଇ ପ୍ରେମିକା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ପ୍ରେମିକକୁ ଲଭ୍,-ସେକ୍ସ-ଧୋକା ଅଭିଯୋଗରେ ଉଠାଇ ଆଣିଥିଲା ।  ବହୁ ସମୟ ଧରି ଉଭୟ ପକ୍ଷର  ଆଲୋଚନା ହୋଇଥିଲା । ଯୁବକ ଜଣକ ବିବାହ କରିବେ ବୋଲି ରାଜି ହୋଇଥିଲେ ।  ଘଟଣାକୁ ନେଇ ଆଲୋଚନା ଜୋର୍ ଧରିଛି ।

   Related Posts