Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ପ୍ରେମିକ 420 : ପ୍ରେମିକା ନାଁରେ ଋଣ ଉଠାଇ , ମାରିଲା ଛୁ

18/02/2020 at 8:45 PM

 ଭୁବନେଶ୍ବର ୧୮.୦୨- ପଇସା ଆଗରେ ପ୍ରେମ ମୂଲ୍ୟହୀନ । ଏପରି ଏକ ଘଟଣା ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ  ଆଲୋଡନ ସୃଷ୍ଟି କରିଛି । ପ୍ରେମିକାର ବିଶ୍ୱାସ ଜିତିବା ପରେ ତାଙ୍କ ନାମରେ ମୋଟା ଅଙ୍କର ଋଣ କରି ସେହି ଟଙ୍କା ଧରି ଛୁ ମାରିଛି ପ୍ରେମିକ । ବିଚରା ପ୍ରେମିକା ଟଙ୍କା ଆଉ ପ୍ରେମିକ କାହାକୁ ନପାଇ ବାଧ୍ୟ ହୋଇ ପୋଲିସରେ ଫେରାଦ ହେଲେ । ପୋଲିସ ବହୁ କସରତ ପରେ ଠକ ପ୍ରେମିକଙ୍କୁ ରାଜ୍ୟ ବାହାରୁ ଧରିଛି ।

ରାଜଧାନୀର ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଘରୋଇ ବ୍ୟାଙ୍କ୍‌ରେ ଚାକିରି କରୁଥିବା ଜଣେ ଯୁବତୀ ପୋଲିସରେ ଅଭିଯୋଗ କରିବା ପରେ ଏହି ପ୍ରେମ ଓ ଠକେଇ ଘଟଣା ସାମ୍ନାକୁ ଆସିଛି ।ଅଭିଯୁକ୍ତ ପ୍ରେମିକ ପ୍ରବର ହେଲେ ରାଜେଶ କୁମାର ପାତ୍ର । ୨୯ ବର୍ଷୀୟ ରାଜେଶଙ୍କ ଘର ବ୍ରହ୍ମପୁର ହାଉସିଂ ବୋର୍ଡରେ । ରାଜେଶ ଏବଂ ଘରୋଇ ବ୍ୟାଙ୍କ୍‌ରେ ଚାକିରି କରୁଥିବା ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଯୁବତୀ ଜଣକ ପ୍ରେମରେ ପୁରା ଅନ୍ଧ ଥିଲେ । କାରଣ ରାଜେଶ ବାରମ୍ବାର ତାର ଟଙ୍କା  ଦରକାର କହି . ପ୍ରେମିକାକୁ ଏକ ଋଣ କରାଇଦେବାକୁ ଅନୁରୋଧ କରୁଥିଲା । ପ୍ରେମିକର ଅନୁରୋଧରେ ଭାରି ବ୍ୟସ୍ତ ହୋଇ ପଡୁଥିବା ଯୁବତୀ ଜଣକ ସେଥିଲାଗି ଚେଷ୍ଟା ଜାରି ରଖିଥିଲେ । କିନ୍ତୁ ବ୍ୟାଙ୍କ୍‌ ଋଣ ଲାଗି ରାଜେଶଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ନଥିଲା । ତେଣୁ ଯୁବତୀ ଜଣକ ନିଜ ନାମରେ ୨୫ ଲକ୍ଷ ଟଙ୍କା ଋଣ କରି ତାହାକୁ ପ୍ରେମିକ ରାଜେଶଙ୍କୁ ଦେଇଥିଲେ ।

 ବାସ୍, ତାପରେହିଁ ବଦଳି ଯାଇଥିଲା ପ୍ରେମିକ ରାଜେଶର ହାବଭାବ । ସେ ଟଙ୍କା ନେଇଗଲା ପରେ ପ୍ରେମିକାଙ୍କ ଠାରୁ ଦୂରତା ବଢାଇ ଦେଇଥିଲା।ଏପଟେ ଯୁବତୀ ଜଣକ  ପ୍ରେମିକ ରାଜେଶର ଆଚରଣରେ ସନ୍ଦେହ କରିଥିଲେ । ସେ ରାଜେଶ ସହ ଦେଖା ହେବାକୁ  ବାରମ୍ବାର ଚାହିଁ ଥିଲେ ବି ରାଜେଶ ଧରାଛୁଆଁ ଦେଉ ନଥିଲା । ଓଲଟା ସେ ଯୁବତୀ ଜଣଙ୍କୁ ଧମକ ଚମକ ଦେଉଥିଲା ।ଏଥିରେ ଯୁବତୀଙ୍କର ସନ୍ଦେହ ଅଧିକ ହୋଇଥିଲା । ଶେଷରେ ସେ ଆଉ ବାଟ କିଛି ନପାଇ ଚନ୍ଦଶେଖରପୁର ଥାନାରେ ତାଙ୍କ ଫୋର ଟ୍ବେଣ୍ଟି ପ୍ରେମିକ ବିରୋଧରେ  ଅଭିଯୋଗ କଲେ । ପୋଲିସ ଏକ ମାମଲା ରୁଜ୍ଜୁ କରି ଅନୁସନ୍ଧାନଆରମ୍ଭ କଲା । ରାଜେଶ କିନ୍ତୁ ଏହା ଭିତରେ ରାଜ୍ୟ ବାହାରକୁ ଚାଲିଯାଇଥିଲେ । ତାଙ୍କୁ ବେଙ୍ଗାଲୁରୁ ରେ ଠାବ କରିବାପରେ ଏକ ସ୍ବତନ୍ତ ପୋଲିସ ଟିମ୍‌ ସେଠାକୁ ଯାଇ ସୋମବାର ତାଙ୍କୁ ଗିରପ କରିଛି । ବିଚରା ଚାରଶ ବିସ୍ ପ୍ରେମିକ ଏବେ ପୋଲିସ ହେପାଜତରେ । 

   Related Posts