Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ପ୍ରେମୀଯୁଗଳଙ୍କ ଗଳା କାଟିଲେ, ଦେହସାରା ଛୁରୀ ଭୁଷିଲେ…

4/02/2020 at 4:52 PM

ଉନ୍ନାଓ୪/୧: ଧାରୁଆ ଛୁରୀରେ କାଟି ଦେଲେ ପ୍ରେମୀଯୁଗଳଙ୍କ ଗଳା। ମନ ବୁଝିଲାନି ପୁଣି ଶରୀରର ଅନ୍ୟ ସ୍ଥାନରେ ଛୁରୀ ଭୁଷି ରକ୍ତାକ୍ତ କରି ଦେଇଥିଲେ। ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଲଗା ଅଲଗା ହସ୍ପିଟାଲରେ ପ୍ରେମୀଯୁଗଳଙ୍କ ଚିକିତ୍ସା ଚାଲିଛି। ମଙ୍ଗଳବାର ଅର୍ଥାତ ଆଜି ପ୍ରେମିକାଙ୍କ ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରେମିକ ଓ ପ୍ରେମିକାଙ୍କୁ ପୋଲିସ୍‌ ଉଦ୍ଧାର କରିଛି। ମାତ୍ର ୫୦୦ ମିଟର ଦୂରେ ପ୍ରେମିକର ଘର। ଉନ୍ନାଓ ଜିଲ୍ଲାର ଅଚଳଗଞ୍ଜ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କାନପୁରର ହ୍ୟାଲଟ୍‌ ହସ୍ପିଟାଲରେ ଓ ଯୁବକଙ୍କୁ ଅଚଳଗଞ୍ଜ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉନ୍ନାଓ ଜିଲ୍ଲାର ଏସପି ଅନୁସନ୍ଧାନୀ କୁକୁର ସହ ପ୍ରକୃତ ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ପ୍ରେମୀଯୁଗଳ ପଡ଼ିଥିବା ସ୍ଥାନଠାରୁ ମାତ୍ର କିଛି ବାଟରେ ପ୍ରେମିକର ବାଇକ୍‌ ପଡ଼ି ରହିଛି। ଏଥିସହ ବାଇକ୍‌ ପାଖରେ ପଡ଼ିଥିବା ଧାରୁଆ ଛୁରୀକୁ ପୋଲିସ ଜବତ କରିଛି।

ପୋଲିସ୍‌ କହିବା ଅନୁସାରେ ତିନି ମାସ ତଳେ ଆହତ ପ୍ରେମିକ ତାଙ୍କ ପ୍ରେମିକା ଘରେ ପହଞ୍ଚି ବେକରେ ରଶି ଲଗାଇ ଆତ୍ମହତ୍ୟା କରିବ ପାଇଁ ଚେଷ୍ଟା କରିଥିଲେ। ଝିଅ ଘର ଲୋକ ତାଙ୍କୁ ବିରୋଧ କରିଥିଲେ। ସେଠାରେ ପାଟିତୁଣ୍ଡ ହେବାରୁ ପୁଅର ପରିବାର ଲୋକେ ପହଞ୍ଚି ତାଙ୍କୁ ସେଠାରୁ ନେଇ ଆସିଥିଲେ।

   Related Posts