Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ହେରୋଇନ୍ ନିଶାରେ ୨୨ ଲକ୍ଷ ଉଡାଇଦେଲେ ପ୍ରେମୀଯୁଗଳ, ଇଞ୍ଜେକ୍ସନ ନେବାକୁ ହାତରେ ଆଉ ଜାଗା ନାହିଁ

9/07/2021 at 11:06 AM

ନୂଆଦିଲ୍ଲୀ, ୦୯/୦୭:   ପ୍ରେମ ନିଶାଠୁ ବଳିଗଲା ହେରୋଇନ୍ ନିଶା । ନିଶାର ମଶଗୁଲ ପ୍ରେମୀଯୁଗଳ ନିଶା ଇଞ୍ଜେକ୍ସନ ପାଇଁ ଖର୍ଚ୍ଚ କଲେ ୨୨ ଲକ୍ଷ ଟଙ୍କା ।ପରିସ୍ଥିତି ଏମିତି ହେଲା ଯେ ହାତରେ ଆଉ ଇଞ୍ଜେକ୍ସନ ନେବାକୁ ଜାଗା ବି ରହିଲାନି । ଏପରି ଘଟଣା ସାମ୍ନାକୁ ଆସିଛି ପଞ୍ଜାବରେ ।

ସୂଚନାନୁସାରେ, ଗୁରୁଦାସପୁରରେ ଥିବା ଜିଲ୍ଲା ରେଡକ୍ରସ୍ ଭବନରେ ପ୍ରେମୀଯୁଗଳ ପହଁଚିଥିଲେ । ସେମାନେ ଗତ ୨ ବର୍ଷ ହେବ ନିଶା ସେବନ କରୁଥିଲେ । ଏହାସହ ସେମାନେ ପ୍ରାୟ ୨୨ ଲକ୍ଷ ଟଙ୍କା ନିଶାରେ ଉଡାଇଥିବା ଏପରିକି ଇଞ୍ଜେକ୍ସନ ନେବାକୁ ଆଉ ହାତରେ ଜାଗା ନଥିବା କହିଥିଲେ ।

ରେଡକ୍ରସ୍ ଭବନର ପ୍ରକଳ୍ପ ନିର୍ଦ୍ଦେଶକ ରମେଶ ମହାଜନ କହିଛନ୍ତି ଯେ, ସେମାନଙ୍କ ନିଶା ଛଡାଇବା ପାଇଁ ଉଦ୍ୟମ କରାଯାଉଛି । ଏବେ ସେମାନଙ୍କ ସ୍ଥିତିରେ ସୁଧାର ଆସୁଛି । ୨୦ ବର୍ଷୀୟ ଯୁବତୀ କହିଛନ୍ତି ଯେ, ସେ ଓ ତାଙ୍କ ପ୍ରେମିକ ପରସ୍ପରକୁ ନିଶା ଇଞ୍ଜେକ୍ସନ ଲଗାଇଥାନ୍ତି । କମ୍ ବୟସରୁ ସେମାନେ ନିଶାର ଜାଲରେ ଛନ୍ଦି ହୋଇଯାଇଥିଲେ । ପ୍ରତିଦିନ ଉଭୟ ନିଶା ଇଞ୍ଜେକ୍ସନ ନେଉଥିଲେ । ଘରେ ଏକଥା ଜାଣିବା ପରେ ଉଭୟଙ୍କୁ ବାହାର କରି ଦେଇଥିଲେ । ପରେ ସେମାନେ ଏକ ଭଡାଘରେ ରହୁଥିଲେ । ଏପରି ଭାବେ ସେମାନେ ନିଶାଦ୍ରବ୍ୟ ସେବନ କରୁଥିଲେ ।

ଯୁବତୀଜଣଙ୍କ ଆହୁରି କହିଛନ୍ତି ଯେ, ନିଶା ସେବନ ପାଇଁ ସେମାନେ ଘରର ବାସନ ବିକ୍ରି କରିବାକୁ ମଧ୍ୟ ରାଜିଥିଲେ । ଦୈନିକ ୩ ହଜାର ଟଙ୍କାର ହେରୋଇନ୍ ଇଞ୍ଜେକ୍ସନ ସେମାନେ ନେଉଥିଲେ । ଏବେ ସେମାନେ ନିଶା ଜାଲରୁ ଦୂରେଇବା ପାଇଁ ଅନ୍ୟ ଯୁବପୀଢିଙ୍କୁ ସଚେତନ କରୁଛନ୍ତି ।

   Related Posts