ଜୟପୁରରେ ଅନୁଷ୍ଠିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଫେରିଆ’ର ପ୍ରିମିୟର ସୋ

Published By : Prameya-News7 Bureau | September 01, 2019 IST

ଜୟପୁର -ସୁମା ମୁଭିଜ୍ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଫେରିଆ’ର ପ୍ରିମିୟର ସୋ ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା।ଏହି ପ୍ରିମିୟର ସୋ ଟି ଵିଶେଷ କରି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କଉଦ୍ୟେଶରେ କରା ଯାଇଥିଲା। ୨.୨୦ ମିନିଟର ଏହି ଚଳଚ୍ଚିତ୍ରରେ  ସମସ୍ତ କଳାକାର ସପରିବାରେ ଆସି ଏହାକୁ ଦେଖିଥିଲ।ଚଳଚ୍ଚିତ୍ରଟି ସାମାଜିକ କଥାଵସ୍ତୁ ଉପରେ ଆଧାରିତ ଥିବାରୁ ଏହା ସମସ୍ତଙ୍କ ମନକୁ ଛୁଇଁଥିଲା।

{"id":151963}

ଏପରିକି ଚଳଚ୍ଚିତ୍ର ଦେଖି କିଛି କଳାକାର ଭାବ ବିହୃଳ ହୋଇଯାଇଥିଲେ।କୋରାପୁଟର ଅନେକ କଳାକାର ପ୍ରଥମ ଥର ପାଇଁ ଏଥିରେ ଅଭିନୟ କରିଥିବା ବେଳେ ଜୟନ୍ତ ସାନ୍ତ୍ରାଙ୍କ ପରି ବିଶିଷ୍ଟ କଳାକାର ମାନେ ମଧ୍ୟ ଏଥିରେ ଅଭିନୟ କରିଛନ୍ତି।ଆଜିର ଏହି ପ୍ରିମିୟର ସୋ ରେ ଜୟନ୍ତ ସାନ୍ତ୍ରା,ଶିଵାନୀ ଖରା,ମିନା କୁମାର,ଧିରେନ ପଟ୍ଟନାୟକଙ୍କ ସହ ଅନେକ କଳାକାର ଉପସ୍ଥିତ ଥିଲେ।

{"id":151965}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.