ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କର ପ୍ରଭାବିତ ହୋଇପାରେ 'ଲଭ ଲାଇଫ', ଜାଣନ୍ତୁ କାହିଁକି

Published By : Prameya-News7 Bureau | November 12, 2019 IST

ନୂଆଦିଲ୍ଲୀ :  ସମୟ ପୂର୍ବରୁ ଜନ୍ମ ହେଉଥିବା ଶିଶୁଙ୍କ ସମ୍ପର୍କରେ କରାଯାଇଥିବା ଗବେଷଣାରୁ ଏକ ନୂଆ ତଥ୍ୟ ମିଳିଛି। ନିୟମିତ ସମୟରେ ଜନ୍ମ ହେଉଥିବା ଶିଶୁ ଓ ସମୟ ପୂର୍ବରୁ ଜନ୍ମ ହୋଇଯାଉଥିବା ଶିଶୁଙ୍କ ଜୀବନରେ ଅନେକ ଅନ୍ତର ଥିବା ପ୍ରଥମ ଥର ଜଣାପଡିଛି। ସମୟପୂର୍ବରୁ  ଜନ୍ମିତ ଶିଶୁଙ୍କ ଯୌନ ଜୀବନ ପ୍ରଭାବିତ ହେଉଥିବା ପ୍ରଥମ ଥର ଜଣାପଡିଛି।

{"id":183099,"width":580,"height":365}

ଭାରତରେ ସମୟପୂର୍ବରୁ ଶିଶୁଙ୍କ ଜନ୍ମହାର ବିଶ୍ୱର ଅନ୍ୟ ଦେଶଙ୍କ ଅପେକ୍ଷା ଅଧିକ। ଶିଶୁ ମା ଗର୍ଭରେ ଅନୁନ୍ୟ ୩୭ ସପ୍ତାହ ରହିବା କଥା। ତେବେ ତା ପୂର୍ବରୁ ଜନ୍ମ ହେଉଥିବା ଅପରିପକ୍ୱ ଶିଶୁଙ୍କ ଜୀବନର ବିକାଶ ମଧ୍ୟ ଧିମେଇ ଯାଇଥାଏ। ଏଭଳି ୪୪ ଲକ୍ଷ ଶିଶୁଙ୍କ ଉପରେ କରାଯାଇଥିବା ଗବେଷଣାର ରିପୋର୍ଟ ଜାମା ନେଟୱାର୍କ ପତ୍ରିକାରେ ପ୍ରକାଶିତ ହୋଇଛି। ଯେଉଁଥିରେ ଏଭଳି ଶିଶୁଙ୍କ ରୋମାଣ୍ଟିକ ସମ୍ପର୍କ ସ୍ଥାପନା ସାଧାରଣ ସମୟରେ ଜନ୍ମିତ ଶିଶୁଙ୍କ ଅପେକ୍ଷା ୨୮ ପ୍ରତିଶତ କମ ଥିବା ବେଳେ ବିବାହୋତ୍ତର ଶାରୀରିକ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଏମାନେ ୨୨ ପ୍ରତିଶତ କମ ବୋଲି ଜଣାପଡିଛି। ଏଣୁ ଏଭଳି ଶିଶୁ ବଡ ହୋଇ ପିତାମାତା ହେବାର ସମ୍ଭାବନା ମଧ୍ୟ ୨୨ ପ୍ରତିଶତ କମ ବୋଲି ରିପୋର୍ଟରୁ ଜଣାଯାଏ।

{"id":183100}

ରିପୋର୍ଟ ଅନୁସାରେ ଏଭଳି ପିଲାମାନେ ସ୍ୱଭାବରେ ଲାଜକୁଳା ହୋଇଥିବା ବେଳେ ଏକାନ୍ତ ରହିବାକୁ ଅଧିକ ପସନ୍ଦ କରନ୍ତି। ସେହିପରି କୈଶୋରାବସ୍ଥାରେ ମଧ୍ୟ ଏମାନେ ସ୍ୱଭାବିକ ସମୟରେ ଜନ୍ମ ହୋଇଥିବା ଶିଶୁଙ୍କ ଭଳି ଅଧିକ ରିସ୍କ ନେବାକୁ ଆଗ୍ରହୀ ହୋଇ ନଥାନ୍ତି। ଏଣୁ ଏଭଳି ପିଲାଙ୍କୁ ସେମାନଙ୍କ ଅଭିଭାବକ ଶୈଶବାବସ୍ଥାରୁ ସାମାଜିକ ସମ୍ପର୍କ ରକ୍ଷା ଲାଗି ପ୍ରୋତ୍ସାହିତ କରିବା ଆବଶ୍ୟକ। ନଚେତ କିଶୋର ବୟସରେ ସେମାନେ ସମାଜରୁ ଦୂରେଇ ଯିବା ଭଳି ପରିସ୍ଥିତି ଉପୁଜିପାରେ। ସମୟପୂର୍ବରୁ ଜନ୍ମିତ ଶିଶୁ ଶାରୀରିକ ନୁହେଁ ମାନସିକ ସ୍ତରରେ ମଧ୍ୟ ଦ୍ରୁତ ବିକାଶ ହାସଲ କରିପାରିନଥାନ୍ତି। ଏମାନେ ସହଜରେ ଜୀବନର ଆହ୍ୱାନକୁ ସମ୍ମୁଖୀନ ହୋଇ ପାରନ୍ତିନି। ଏଣୁ ସେମାନଙ୍କ ଯୌନ ଜୀବନ ମଧ୍ୟ ପ୍ରଭାବିତ ହୁଏ ବୋଲି ମନ ଚିକିତ୍ସକ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.