ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ସାମ୍ୱାଦିକ ସମ୍ମିଳନୀ, ଜଗନ୍ନାଥଙ୍କ ରାଣ ସତ କହୁଛି
20/11/2018 at 12:00 AM

ପୁରୀ ୧୯/୧୧: ନବକଳେବର ହେବାର ୩ ବର୍ଷ ବିତିଗଲାଣି । କିନ୍ତୁ ଏବେ ଗୋଡ଼ାଇଲାଣି ବ୍ରହ୍ମ ବିଭ୍ରାଟ ଓ ଦାରୁ ଫିକ୍ସିଂର ଭୂତ । ପ୍ରଥମେ ସୁଭଦ୍ରାଙ୍କ ରଥର ମହାରଣା ସେବକ କୃଷ୍ଣ ଚନ୍ଦ୍ର ମହାରଣାଙ୍କ ବୟାନ ଏହି ଦାରୁ ଫିକ୍ସିଂ ମାମଲାକୁ ତେଜିଥିଲା । ଏବେ ଏଥିରେ ଘିଅ ଢାଳିଛନ୍ତି ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ର । ପୂର୍ବରୁ ସେ ଯେଉଁ ଅଭିଯୋଗ ଆଣିଥିଲେ ଏହାପରେ ପୁଣି ସାମ୍ବାଦିକ ସମ୍ମିଳନୀ କରି ନିଜ ଆରୋପକୁ ଆହୁରି ଦୃଢ଼ୀଭୂତ କରିଛନ୍ତି ପ୍ରେମାନନ୍ଦ। ଆସନ୍ତୁ ଦେଖିବା କଣ କହିଛନ୍ତି ପ୍ରେମାନନ୍ଦ ।
ସେ ପ୍ରଥମ ଅଭିଯୋଗ ଆଣିଛନ୍ତି ସେ ଦଇତାପତିମାନେ କେମିତି ଏସି କାର୍ ରେ ଯାଇ ଦାରୁ ଖୋଜିଥିଲେ ଏବଂ ସେ କହିଛନ୍ତି ସେ କୁଆଡ଼େ ଘଟ ପରିବର୍ତ୍ତନ ବେଳେ ନଥିଲେ।