Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଜଙ୍ଗଲରେ ପ୍ରେମାଳାପ କରୁଥିଲେ ପ୍ରେମୀ ଯୁଗଳ, ଧରି ପକାଇଲେ ଗାଁ ଲୋକେ, ଉଠବସ୍ କରାଇଲେ

9/04/2021 at 7:42 AM

ଗଢବା, ୦୯|୦୪ : ଜଙ୍ଗଲରେ ବୁଲୁଥିଲେ ୨ ପ୍ରେମୀ ଯୁଗଳ । କିନ୍ତୁ ଦେଖିନେଲେ ଗାଁ ଲୋକେ । ଉଭୟଙ୍କୁ ଧରିବା ସହ ମାଡ ମଧ୍ୟ ମାରିଲେ । ସମସ୍ତଙ୍କ ସାମ୍ନାରେ ଉଠବସ୍ କଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ଝାଡଖଣ୍ଡର ଗଢବା ଗାଁରେ ।

ସୂଚନାନୁସାରେ, ଡଣ୍ଡଇ ଗ୍ରାମର ୨ ଯୁବକ ଓ ମେରାଲ ଥାନା ଅଞ୍ଚଳରେ ଥିବା ଚାମା ଗ୍ରାମର ୨ ଯୁବତୀ ଜଙ୍ଗଲରେ ବୁଲୁଥିଲେ । ସେମାନେ ପ୍ରେମୀ ଯୁଗଳ ଥିଲେ ଓ ପରସ୍ପରକୁ ଦେଖା କରିବା ପାଇଁ ଜଙ୍ଗଲକୁ ନିରାପଦ ସ୍ଥାନ ଭାବେ ବାଛିଥିଲେ । କିନ୍ତୁ ସେମାନେଙ୍କୁ ଗାଁ ଲୋକେ ଧରି ଏଣୁତେଣୁ ପ୍ରଶ୍ନ କରିଥିଲେ । କିଛି ନଶୁଣି ସାଙ୍ଘାତିକ ମାଡ ମାରିଥିଲେ । ଏପରିକି ବସଉଠ୍ ମଧ୍ୟ କରିଥିଲେ ।

ଏହାପରେ ଗାଁ ଲୋକେ ପ୍ରେମୀଯୁଗଳଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକେ ଆସି ସେମାନଙ୍କୁ ଘରକୁ ନେଇଥିଲେ । ତେବେ ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇନାହିଁ । କୁହାଯାଉଛି ଯେ, ଗଢବା ଗ୍ରାମରେ ଲଗାତର ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । କିଛି ଦିନ ପୂର୍ବରୁ ଜଙ୍ଗଲ ନିକଟରେ ୨ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହାପରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ ।

   Related Posts