ପ୍ରେମ ସଂପର୍କରୁ ହତ୍ୟା ଅଭିଯୋଗ: ଅଡ଼ୁଆରେ ମହିଳା ପୋଲିସ୍

Published By : Prameya-News7 Bureau | July 28, 2020 IST

କେନ୍ଦ୍ରାପଡା୨୮/୭ ମହିଳା ପୁଲିସ୍ ବିରୋଧରେ ହତ୍ୟା ଅଭିଯୋଗ। ପ୍ରେମରେ ପ୍ରତାରଣା ପରେ ଦୀର୍ଘ ବର୍ଷ ଧରି ସମ୍ପର୍କରେ ଥିବା ପୁରୁଷ ବନ୍ଧୁଙ୍କୁ ହତ୍ୟା ଅଭିଯୋଗ । ଅଭିଯୋଗ ଆସିଛି ପଟାମୁଣ୍ଡାଇ ପୋଲିସ ଏସଆଇ ଚନ୍ଦ୍ରିକା ମହାପାତ୍ର ନାଁରେ।

ମୃତ ଯୁବକ କେନ୍ଦ୍ରାପଡାର ଦେବାଶିଷ ସେଠୀ ।  ଦୀର୍ଘ ବର୍ଷ ହେବ ଚନ୍ଦ୍ରିକାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଦୁହଁ ଭିନ୍ନ ଜାତିର ହୋଇଥିବାରୁ ଦେବାଶିଷଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ ଚନ୍ଦ୍ରିକା ଏହି ହତ୍ୟା ସଡ଼ଷନ୍ତ୍ର ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଦେବାଶିଷଙ୍କ ମା । ଗତ ୪ ତାରିଖରେ ଚନ୍ଦ୍ରିକା ଦେବାଶିଙ୍କୁ ଫୋନ କରି କେନ୍ଦ୍ରାପଡାରୁ ପୁରୀ ଡାକିଥିଲେ।

ଏହା ପରେ ପୁରୀ ରୁ ଦେବାଶିଷଙ୍କ ମୃତ ଦେହ ମିଳିଥିଲା ।   ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖା ଯାଇଥିଲେ ମଧ୍ୟ ପୋଲିସ ହୋଇଥିବରୁ ଚନ୍ଦ୍ରିକାଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଦେବାଶିଷଙ୍କ ମାଆ ଅଭିଯୋଗ କରିଛନ୍ତି । ଏନେଇ ଆଜି କଂଗ୍ରେସ ର ଏକ ପ୍ରତିନିଧି ଦଳ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.