Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ: ରାସ୍ତା ମଝିରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ

30/10/2020 at 11:54 AM

ଭଦ୍ରକ୩୦/୧୦: ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଯୁବକଙ୍କୁ ପଡିଲା ମହଙ୍ଗା । ମହିଳା ଜଣଙ୍କ ବିଚ୍ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡେଇଲେ। ଏଭଳି କିଛି ଘଟଣା ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ଠାରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକର ଜଣେ ଯୁବକ, ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ।

ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାରର ମେସେଜ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଯୁବକ। ମହିଳା ଜଣକ ଏଥିରେ ଅତିଷ୍ଠ ହୋଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଗତକାଲି ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକ କୁ ଡକାଇ ଥିଲେ ମହିଳା। ଯୁବକ ଜଣକ ବନ୍ତ ଛକ ନିକଟରେ ପହଞ୍ଚିବା ପରେ ମହିଳା ଓ ପରିବାର ସମ୍ପର୍କୀୟ ଯୁବକ ଜଣଙ୍କୁ ଘୋଷାରି ଘୋଷାରି ମନ ଇଚ୍ଛା ବିଧା ଗୋଇଠା ମାରିଥିଲେ।

ଏଭଳି ମାଡ଼ ଦେଖି ଲୋକମାନେ ନିରବ ହୋଇଯାଇଥିଲେ. ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବା ରେ ଲାଗିଛି, ଟାଉନ ପୋଲିସ ଯୁବକ ଙ୍କୁ ବାଡ଼ଉଥିବା ଦୁଇ ମହିଳା ଙ୍କ ସମ୍ପର୍କୀୟ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି

   Related Posts