Wednesday, August 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସନୀ ଲିୟନୀ ଠାରୁ ବି ଅଧିକ ମାତ୍ରାରେ ହଟ୍‌ ଏହି ନୂଆ ବଲିଉଡ ବ୍ୟୁଟି

ମୁମ୍ୱାଇ୧୩|୫:  ଅଭିନେତ୍ରୀ ପ୍ରେମା ମେହତା ମସ୍ତୀଜାଦେ ଫିଲ୍ମରେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଅଭିନୟ କରି ସେ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ପ୍ରେମା ମେହତା ତାଙ୍କ ସୁନ୍ଦରତା ଓ ହଟ୍‌ ଫିଗରକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ଥାନ୍ତି।

ଏହା ବ୍ୟତୀତ ଟେଲି ସିରିଏଲ ମରଜାୱାରେ ମଧ୍ୟ ପ୍ରେମା ଅଭିନୟ କରିଛନ୍ତି। ପ୍ରେମା ଅଧିକ ଫିଲ୍ମରେ ଅଭିନୟ କରିନାହାନ୍ତି ସତ କିନ୍ତୁ ଦର୍ଶକଙ୍କ ଗହଣରେ ସେ ବହୁତ ପପୁଲାର।

ସୋସିଆଲ ମିଡିଆରେ ଅଧିକାଂଶ ସମୟ ସେ ତାଙ୍କ ହଟ୍‌ ଫଟୋ ପୋଷ୍ଟ କରନ୍ତି। ତେବେ କିଛି ଦିନ ତଳେ ପ୍ରେମାଙ୍କର ନୂଆ ଲୁକ୍‌ ଦେଖିବାକୁ ମିଳିଥିଲା। ପ୍ରେମା ନିଜ ୱିକେଣ୍ଡ ସେଲିବ୍ରେଟ କରିବା ପାଇଁ ମାଲଦୀଭ ଯାଇଥିଲେ।

ସେଠାରେ ତାଙ୍କର ହଟ୍‌ ଫଟୋସୁଟ୍‌ ହୋଇଥିଲା । ସ୍ବିମ୍‌ ସୁଟ୍‌ରେ ପ୍ରେମା ଖୁବ୍‌ ସେକ୍ସି ଓ ହଟ୍‌ ଲାଗୁଥିଲେ । ତାଙ୍କ ଆକର୍ଷିତ ଫିଗର୍‌ ଦର୍ଶକ ଖୁବ ପସନ୍ଦ କରିଥିଲେ।

ତାଙ୍କ ଫଟୋସୁଟ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ ତାଙ୍କୁ  ବହୁତ ଲାଇକ୍‌ ଓ କମେଣ୍ଟ ମଧ୍ୟ ମିଳିଛି।    

393 Views

   ସମ୍ବନ୍ଧିତ ଖବର