ଆନ୍ତଃମନ୍ତ୍ରିସ୍ତରୀୟ ବୈଠକରେ ପ୍ରାଥମିକ ଆଲୋଚନା: ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ ଦେଇପାରନ୍ତି ରାଜ୍ୟ ସରକାର

Published By : Prameya-News7 Bureau | April 25, 2020 IST

ଭୁବନେଶ୍ବର୨୫/୪: କରୋନା ମାଡ଼ରେ ଦୁର୍ବଳ ହୋଇଯାଇଥିବା ଶିଳ୍ପକୁ ପୁଣି ଟ୍ରାକ ଫେରାଇବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ। ଖୁବଶୀଘ୍ର ଶିଳ୍ପ କ୍ଷେତ୍ର ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି ରାଜ୍ୟ ସରକାର।  ଏ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ପ୍ରାଥମିକ ଭାବେ ଆଲୋଚନା ହୋଇଛି।  ଅଣୁ, କ୍ଷୁଦ୍ର, ଓ ମାଧ୍ୟମ ଶିଳ୍ପ ସଂସ୍ଥା ମାନଙ୍କର କଣ ସମସ୍ୟା ରହିଛି, କଣ ଆବଶ୍ୟକତା ରହିଛି ସରକାରଙ୍କୁ ଜଣାଇବା ପାଇଁ ସମସ୍ତ ଶିଳ୍ପ ଆସୋସିଏସନକୁ କୁହାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ ସରକାର ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି।  ବୈଠକ ପରେ ଫୋନ ଯୋଗେ ସୂଚନା ଦେଇଛନ୍ତି  ଅତିରିକ୍ତ ଶିଳ୍ପ ସଚିବ ନୀତିନ ଭାନୁଦାସ ଜାଓଲେ । ୪ରୁ ୫ ଦିନ ଭିତରେ ପୁଣି ଥରେ ବୈଠକ ବସି  ନିଷ୍ପତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.