ଆସିଲା ‘ତିତଲି’ କ୍ଷୟକ୍ଷତିର ପ୍ରାଥମିକ ରିର୍ପୋଟ: ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ରୀୟ ପାଣ୍ଠିକୁ ନେଇ ପୁଣି ରାଜନୀତି
18/10/2018 at 7:16 PM

ଭୁବନେଶ୍ବର ୧୮|୧୦: ତିତଲି ବନ୍ୟା ଓ ବାତ୍ୟା କ୍ଷୟକ୍ଷତି ପ୍ରାଥମିକ ରିର୍ପୋଟ ପ୍ରସ୍ତୁତ କଲେ ସରାକର । ପ୍ରାଥମିକ ଭାବେ ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି । ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କୁ ଏହି ରିପୋର୍ଟ ଦିଆଯିବ । ଏନଡିଆରଏଫ ଏବଂ ଏସଡିଆରଏଫ ଥିବା ଅର୍ଥ କ୍ଷତିଗ୍ରସ୍ତଙ୍କ ପୁନଃଉଦ୍ଧାର ଏବଂ ଥାଇଥାନ ପାଇଁ ପର୍ଯ୍ୟାନ୍ତ ହେଉନାଥିବା ଦର୍ଶାଇବାରୁ କେନ୍ଦ୍ର ସରାକର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ଏ ନେଇ କମିଟି ସବୁ ରାଜ୍ୟସରାକର ମତାମତ ଲୋଡିଛି ।
୧୭ ଜିଲ୍ଲାର ୮୧୨୫ ଗ୍ରାମପଞ୍ଚାୟତର ୬୦.୧୧ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବତ୍ୟା ଓ ବନ୍ୟାରେ ୨ଲକ୍ଷ୬୫ ହଜାର ହେକ୍ଟର ଚାଷ ଜମିରେ ଫସଲ ହାନୀ ହୋଇଛି । ୫୬ହଜାର ୯୩୦ ଘର ଭାଙ୍ଗିଛି । ଏଥିରୁ ୨୦ ହଜାର ୪୨୨ଘର ସମ୍ପର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୩୬ହଜାର୫୦୦ ଘର ଆଂଶିକ ନଷ୍ଟ ହୋଇଛି । ୯ ଲକ୍ଷ ୪୯ ହଜାର ୪୯୩ ବିଦ୍ୟୁତ ଉପୋଭକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଇଯାଇଛି।
ଏନଡିଆରଏଫ ଏବଂ ଏସଡିଆରଏଫ ଫଣ୍ତରେ ଆସୁଥିବା ଅର୍ଥ ପୁନଃରୁଦ୍ଧାର ଏବଂ ଥଇଥାନ ପାଇଁ ପ୍ରର୍ଯ୍ୟାପ୍ତ ହେଉନି। ଏମିତି କିଛି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ। କେବଳ ଓଡ଼ିଶା ନୁହେଁ ବିଭିନ୍ନ ରାଜ୍ୟ ଏନେଇ ଅଭିଯୋଗ କେନ୍ଦ୍ର ନିକଟରେ କରିବା ସହ ଏହି ପାଣ୍ଠି ବଢ଼ାଇବା ଲାଗି ଦାବି କରିଆସୁଛନ୍ତି । ୩୦ତମ ରାଜ୍ୟ ପରିଷଦ ବୈଠକରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଛି । ଏହାର ଅଧ୍ୟକ୍ଷ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଅଛନ୍ତି । ସେପଟେ ଏହି କଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟକୁ ଆକ୍ଷେପ କରିଛନ୍ତି ଯେତିକି ପାଣ୍ଠି ଅଛି ରାଜ୍ୟ ସରକାର ତାକୁ ବି ଖର୍ଚ୍ଚ କରିପାରୁନାହାନ୍ତି।
ବତ୍ୟା ଓ ବନ୍ୟା ମୃତ୍ୟୁ ନେଇ ଏବେବି ଆକ୍ଷେପ ପ୍ରତିଆକ୍ଷେପ ଜାରି ରହିଛି। ତେବେ ବୁଲେଇ ବଙ୍କେଇ ଏବେ ସରକାର କହିଛନ୍ତି ଯେ ସମୁଦ୍ରକୂଳ ଠାରୁ ୫୦ କିଲୋମିଟର ଭିତରେ କୌଣସି ଲୋକ ପ୍ରାଣ ହରାଇନାହାନ୍ତି।