Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଅଭିନେତ୍ରୀରୁ ନିର୍ମାତା ହେଲେ ଡିମ୍ପଲ୍ ଗର୍ଲ, ପୁଣି ହ୍ରିତିକ୍‌ଙ୍କ ସହ କାମ କରିବେ ପ୍ରୀତି ଜିଣ୍ଟା

6/01/2021 at 1:56 PM

ମୁମ୍ବାଇ ୬।୧: ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥିବା ଡିମ୍ପଲ୍ ଗାର୍ଲ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଶ୍ରେଷ୍ଠ ଫିଲ୍ମରେ ଅଭିନୟ କରିଛନ୍ତି । କେତେକ ଫିଲ୍ମ ପାଇଁ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛିସାରିଛି । ଯଦିଓ ପ୍ରୀତି ଜିଣ୍ଟା ଅନେକ ସମୟ ଧରି ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି କିନ୍ତୁ ସେ ଖୁବଶୀଘ୍ର ନୂଆ ରୂପରେ ଫେରୁଥିବା ନେଇ ଚର୍ଚ୍ଚା ହେଉଛି । ଏବେ ପ୍ରୀତି ଜିଣ୍ଟା ଅଭିନେତ୍ରୀରୁ ଫିଲ୍ମ ନିର୍ମାତା ହୋଇ ଫେରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଡିସନୀ ହଟଷ୍ଟାରର ଏକ ୱେବ୍ ସିରିଜକୁ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରୀତି ଜିଣ୍ଟା ।

ଏହି ୱେବ୍ ସିରିଜର ମୁଖ୍ୟ ଚରିତ୍ରରେ ପ୍ରୀତି ଜିଣ୍ଟାଙ୍କ ପୁରୁଣା ବନ୍ଧୁ ତଥା ଅଭିନେତା ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିବ । ଉଭୟ ‘କୋଈ ମିଲ୍ ଗୟା’ ଏବଂ ‘ମିଶନ କାଶ୍ମୀର’ ଭଳି ଅନେକ ଫିଲ୍ମରେ ଏଠାକି କାମ କରିଛନ୍ତି । ସେବେଠାରୁ ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ରହିଛି । ତେଣୁ ସେ ଏହି ଓ୍ବେବ୍ ସିରିଜ୍ ପାଇଁ ହ୍ରିତିକଙ୍କୁ ସାଇନ୍ କରିଛନ୍ତି ।

ଏକ ରିପୋର୍ଟ ଅନୁସାରେ ଏହି ୱେବ୍ ସିରିଜ୍ ‘ଦ ନାଇଟ୍ ମ୍ୟାନେଜର’ ଉପନ୍ୟାସ ଉପରେ ଆଧାରିତ । କାହାଣୀ ଏବଂ ଚରିତ୍ର ଟିକିଏ ଭିନ୍ନ ଥିବାରୁ ପ୍ରୀତି ଜିଣ୍ଟା ତାଙ୍କ ବନ୍ଧୁ ହ୍ରିତିକ ରୋଶନଙ୍କୁ ଏଥିପାଇଁ ବାଛିଛନ୍ତି । ସେ ମଧ୍ୟ ଏହି ଓ୍ବେବ୍ ସିରିଜ୍ ରେ ଅଭିନୟ ପାଇଁ ରାଜି ହୋଇଛନ୍ତି । ଓଟିଟି ପ୍ଲାଟଫର୍ମରେ ହ୍ରିତିକଙ୍କର ଏହା ପ୍ରଥମ ପ୍ରୋଜେକ୍ଟ । ସେପଟେ ପ୍ରୀତି ଜିଣ୍ଟା ମଧ୍ୟ ପ୍ରଥମ ଥର ଓଟିଟିରେ କୌଣସି ଓ୍ବେବ୍ ସିରିଜ୍ ନିର୍ମାଣ କରୁଛନ୍ତି ।

   Related Posts