ପ୍ରୀତି ଜିଣ୍ଟାଙ୍କ ଟିମ୍ ପଞ୍ଜାବ କିଙ୍ଗ୍ସ ଇଲେଭେନ୍ ଆବଶ୍ୟକୀୟଙ୍କୁ ଯୋଗାଇବ ଅକ୍ସିଜେନ୍

Published By : Prameya-News7 Bureau | May 03, 2021 IST

ନୂଆଦିଲ୍ଲୀ ୦୩/୦୫ : ଦେଶ ବର୍ତ୍ତମାନ କରୋନା ମହାମାରୀ ବିରୋଧରେ ସଂଗ୍ରାମ କରୁଛି । ଏଥିରେ ବଲିଉଡ ତାରକା ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । ଅଭିନେତ୍ରୀ ତଥା ପଞ୍ଜାବ କିଙ୍ଗ୍ସ  ଇଲେଭେନ ଟିମର ମାଲିକ ପ୍ରୀତି ଜିଣ୍ଟା ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ଆଇପିଏଲ ଟିମ ଆବଶ୍ୟକୀୟ ଲୋକଙ୍କୁ ଅକ୍ସିଜେନ କନ୍ସେନଟ୍ରେଟର (Oxygen Concentrators) ଯୋଗାଇବ । ଏଥିପାଇଁ ପଞ୍ଜାବ ଫ୍ରାଞ୍ଚାଇଜି ରାଉଣ୍ଡ ଟେବୁଲ ଇଣ୍ଡିଆ (RTI) ନାମକ ସଂସ୍ଥା ସହ ପାର୍ଟନରସିପ କରିଛି । ପ୍ରୀତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । 

ପ୍ରୀତି ଲେଖିଛନ୍ତି, 'କରୋନା ମହାମାରୀ ଯୋଗୁଁ ଉତ୍ପନ୍ନ ହୋଇଥିବା ସ୍ଥିତିକୁ ଦେଖି ପଞ୍ଜାବ କିଙ୍ଗ୍ସ ଇଲେଭେନ ଟିମ ନିଜ ପାର୍ଟନର ରାଉଣ୍ଡ ଟେବୁଲ ଇଣ୍ଡିଆ ସହ ମିଶି ଦେଶରେ ମାଗଣାରେ ଅକ୍ସିଜେନ କନ୍ସେନଟ୍ରେଟର ଯୋଗାଇବାକୁ ଫଣ୍ଡ ଯୋଗାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୋତେ ପୁରା ଭରସା ଅଛି ଯେ ଏକଜୁଟ ହୋଇ ଆମେ ଭାଇରସ ବିରୋଧରେ ଏହି ଯୁଦ୍ଧ ନିଶ୍ଚୟ ଜିତିବା । ମୋର ନିବେଦନ ଏହି ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ ଏବଂ ନିଜ ତରଫରୁ ଯେତିକି ସମ୍ଭବ ସାହାଯ୍ୟ କରନ୍ତୁ ।'

୩ ଦିନ ପୂର୍ବରୁ ପଞ୍ଜାବ ଟିମର ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଆଇପିଏଲ ୨୦୨୧ ଆୟର କିଛି ରାଶି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଟ୍ୱିଟରରେ ଏକ ଭିଡିଓ ଜାରି କରି ସେ ଲୋକଙ୍କୁ ଅପିଲ କରିଥିଲେ ଯେ 'ଯଦି ଆପଣ ଟିକା ନେଇପାରିବେ ତାହେଲେ ନିଶ୍ଚୟ ନିଅନ୍ତୁ, ମୁଁ ଯାହା ପାରିବି କରିବି । ଭାରତ ପାଇଁ ପ୍ରାର୍ଥନା କରିବା ସହ ଏହି ସଙ୍କଟରୁ ବାହାରିବାକୁ ମୁଁ ମୋ ବେତନର କିଛି ରାଶି ଦାନ କରିବି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.