ନକ୍ସଲ ପ୍ରବଣ ଅଞ୍ଚଳରେ ଦେବଦୂତ ସାଜିଲେ ଯବାନ

Published By : Prameya-News7 Bureau | August 11, 2018 IST

ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ନାହିଁ ରାସ୍ତା । ଭାରରେ ବୁହା ହେଉଛନ୍ତି ରୋଗୀ । ନକ୍ସଲ ପ୍ରବଣ ଅଞ୍ଚଳରେ ପୁଣି ଦେବଦୂତ ସାଜିଲେ ଯବାନ । ଜଣେ ପ୍ରସବ ମହିଳାଙ୍କୁ ୭ କିଲୋମିଟର ଭାରରେ ବୋହିଲେ ଆଇ.ଟି.ବି.ପି ଯବାନ । ମାଲକାନଗିରି ଛତିଶଗଡ ସୀମାନ୍ତ କୋଣ୍ଡାଗାଓଁ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୋଣ୍ଡାଗାଓଁ ଜିଲ୍ଲା ହାଡଲେ ଗାଁରେ ଥିବା ୪୧ ବାଟାଲିଆନ୍ ଆଇ.ଟି.ବି.ପି କ୍ୟାମ୍ପର ଯବାନ କମ୍ବିଂ ପାଇଁ ହରିଜନପଡା ଜଙ୍ଗଲକୁ ଯାଉଥିବା ବେଳେ ରୁକମଣି ବାଘେଲ ନାମକ ଜଣେ ଆଦିବାସୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । କାଦୁଅ ପଚ ପଚ ରାସ୍ତାରେ ଯବାନମାନେ ୭ କିଲୋମିଟର ଭାରରେ ବୋହି ମହିଳାଙ୍କୁ ଆଇ.ଟି.ବି.ପି କ୍ୟାମ୍ପକୁ ଆଣିଥିଲେ । ସେଠାରେ ଯବାନଙ୍କ ପାଇଁ ଥିବା ଡାକ୍ତର ମହିଳାଙ୍କ ଚିକିତ୍ସା କରିଥିଲେ । କ୍ୟାମ୍ପରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମହିଳା । ପରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଣ୍ଡାଗାଓଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେପଟେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଡେଲଗୁଡା ଗାଁକୁ ଆସିଲାନି ଆମ୍ବୁଲାନ୍ସ । ପ୍ରବସ ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଭାରରେ ବୋହିଲେ ପରିବାର ଲୋକେ । ରାସ୍ତା ନଥିବାରୁ ଡୁଡେଲଗୁଡା ଗାଁଠୁ ୩ କିଲୋମିଟର ଦୂରରେ ରହିଲା ଆମ୍ବୁଲାନ୍ସ । ଭାର କରି ପରିବାର ଲୋକ ଆଣିବା ପରେ ଆମ୍ବୁଲାନ୍ସରେ କୋରୁକୋଣ୍ଡା ଗୋ।ଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗଲେ ପ୍ରସୂତି । ମାଲକାନଗିରିରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ବି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.