Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବେଡ୍‌ରେ ଚିତ୍କାର କରୁଥିଲେ ପ୍ରସୂତୀ ହେଲେ ଡାକ୍ତର ଆସିଲେ ନା ନର୍ସ, ଚାଲିଗଲା ଜୀବନ

21/04/2021 at 10:04 PM

କେନ୍ଦୁଝର, ୨୧/୦୪: ଆନନ୍ଦପୁର ଡାକ୍ତରଖାନାରେ ଜଣେ ଚିକିତ୍ସାଧିନ ପ୍ରସୂତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଚିକିତ୍ସାରେ ଅବହେଳା କାରଣରୁ ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗରେ ପରିବାର ଲୋକେ ଓ ଚିକିତ୍ସାଧିନ କେତେକ ରୋଗୀଙ୍କ ସମ୍ପର୍କିୟ ହୋ ହାଲ୍ଲା କରିଥିଲେ । ଉତ୍ତେଜନା ବୃଦ୍ଧି କାରଣରୁ ଡାକ୍ତରଖାନା କତ୍ତୃପକ୍ଷ ଖବର ଦେବାରୁ ଘସିପୁରା ପୋଲିସ୍ ପହଁଞ୍ଚି ବୁଝାସୁଝା କରିବାପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡ଼ିଛି ।

ନନ୍ଦିପଦା ଥାନା ନଇଛଣପୁର ଗାଁର ତପନ ଦେହୁରୀଙ୍କ ପତ୍ନୀ ଚଗିଲି ପ୍ରଶବ ପାଇଁ ଗତ ୧୯ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ଅସ୍ତ୍ରପ୍ରଚାର ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ହଠାତ୍ ସଂନ୍ଧ୍ୟାରେ ସେ ଡାକ୍ତରଖାନା ବେଡ୍ରେ ଗୁରୁତର ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡାକିଥିଲେ ମଧ୍ୟ ଡାକ୍ତର କିମ୍ବା ନର୍ସ କେହି ଶୁଣିନଥିଲେ ।  ବହୁ ସମୟପରେ ଡାକ୍ତର ଓ ନର୍ସ ପହଁଞ୍ଚିବା ବେଳକୁ ଚଗଲିର ମୃତ୍ୟୁ ଘଟି ସାରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଏନେଇ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପଚାରିବାରୁ ପ୍ରସୂତୀଙ୍କ ଚିକିତ୍ସାରେ ପ୍ରଥମିକତା ଦିଆଯାଇଥିବା ସଫେଇ ଦେଇଛନ୍ତି ।

   Related Posts