ଉଛୁଳା ନଦୀରେ ଆମ୍ବୁଲାନ୍ସ ସାଜିଛି ଡଙ୍ଗା

Published By : Prameya-News7 Bureau | August 19, 2018 IST

ତେଲକୋଇ ୧୯/୮ : ଉଛୁଳା ନଦୀରେ ଆମ୍ବୁଲାନ୍ସ ସାଜିଛି ଡଙ୍ଗା | ଗର୍ଭବତୀଙ୍କୁ ପ୍ରସୂତୀ ପାଇଁ ଡାକ୍ତରଖାନା ନେବା ପାଇଁ ଲୋକେ ଡଙ୍ଗାର ସାହାର୍ଯ୍ୟ ନେଉଛନ୍ତି । ବିପଦ ସଂଙ୍କୁଳ ଅବସ୍ଥାରେ ଗର୍ଭବତୀଙ୍କୁ ନଦୀ ପାର କରାଉଛନ୍ତି । ସେ ପୁଣି ବିନା ସୁରକ୍ଷା ବ୍ୟବସ୍ଥାରେ । ନାଁ ରହିଛି ଲାଇଫ ଜ୍ୟାକେଟ ନାଁ ଅଛି ସୁବ୍ୟବସ୍ଥିତ ଡଙ୍ଗା । କେତେବେଳେ ଯେ ଅଘଟଣ ନଘଟିବ ତା କହି ହେବ ନାହିଁ । ତେଲକୋଇ ବ୍ଲକ କରଦାଙ୍ଗି ପଚଂ।ୟତ ସାପଲାଞି ଗାଁ ହେଉଛି ଅପହଚଂ ଇଲାକା । ତିନି ପଟେ ନଦୀ ବେଢି ରହିଥିବା ବେଳେ ଗୋଟିଏ ପଟେ ପାହାଡ ଘେରି ରହିଛି । ନଦୀରେ ଯାତାୟତ ପାଇଁ କୈ।ଣସୀ ସୁବ୍ୟବସ୍ଥା ନଥିବା ବେଳେ ୫ ମାସ ଜଳ ବନ୍ଦୀରେ ରହୁଛନ୍ତି ସାପଲାଞି ଗାଁ ଲୋକେ । ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭକରି ଗର୍ଭବତୀ ମହିଳା, ରୋଗୀ ସମସ୍ତେ ଜଳବନ୍ଦୀ । ଆପଣ ଏହି ଦୃଷ୍ୟକୁ ଦେଖିପାରୁଥିବେ କିଭଳି ବିପଦସଂଙ୍କୁଳ ଅବସ୍ଥାରେ ଜଣେ ଗର୍ଭବତୀ ମହିଳା ଚପଳା ପାତ୍ରଙ୍କୁ ଲୋକେ ମେଡିକାଲ ନେବାପାଇଁ ଡଙ୍ଗା ସାହାର୍ଯ୍ୟରେ ନଦୀ ପାର ପାଇଁ ଚେଷ୍ଟା କରୁଛନ୍ତି ଦେଖନ୍ତୁ । ଗାଁ ରୁ ଷ୍ଟ୍ରେଚର ସାହାର୍ଯ୍ୟରେ ନଦୀ କୂଳକୁ ବୋହି ଆଣିବା ପରେ ଡଙ୍ଗା ସାହାର୍ଯ୍ୟରେ ନଦୀ ପାର କରାଉଛନ୍ତି । ନଦୀଆରପଟେ ୧୦୨ ଆମ୍ବୁଲାନ୍ସ ସାହାର୍ଯ୍ୟରେ ଗର୍ଭବତୀଙ୍କୁ ପ୍ରସୂତୀ ପାଇଁ ମେଡିକାଲ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.