ଗର୍ଭବତୀ ମହିଳାଙ୍କ ପେଟ ଉପରେ ଫେଣା ଭଳି ମହୁମାଛି, ମହିଳାଙ୍କ ଅଦ୍ଭୁତ ଖିଆଲର ଫଟୋସୁଟ୍‌କୁ ନେଇ ଅନଲାଇନରେ ହଇଚଇ

Published By : Prameya-News7 Bureau | July 04, 2020 IST

ଟେକ୍ସାସ, ୦୪|୦୭:   ଏବେ ଫଟୋସୁଟ୍‌ର ମାହୋଲ ଚାଲିଛି । ଅନେକ ଯୁବକ ଓ ଯୁବତୀ ଭିନ୍ନ ଭିନ୍ନ ଷ୍ଟାଇଲରେ ଫଟୋ ସୁଟ୍ କରୁଛନ୍ତି । ଏପରି କିଛି ଫଟୋସୁଟ୍ ହେଉଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମେରିକାର ଟେକ୍ସାସରେ ଜଣେ ମହିଳା ନିଜର ଫଟୋସୁଟ୍ କରିଛନ୍ତି । ଯାହା ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ସେ ନିଜ ପେଟରେ ମହୁମାଛିଙ୍କୁ ରଖି ଫଟୋ ଉଠାଇଛନ୍ତି ।

wp:html /wp:html

ସେ ନିଜ ସ୍ୱାମୀଙ୍କ ସହ ଫଟୋ ସୁଟ୍ କରିଛନ୍ତି । ଏହି ଫଟୋସେ ତାଙ୍କ ପେଟରେ ଶହଶହ ମହୁମାଛି ଲାଗି ରହିଛନ୍ତି । ମହିଳାଜଣଙ୍କ ଏବେ ଗର୍ଭବତୀ ଅଛନ୍ତି । ସେ ଠିଆ ହୋଇ ଫଟୋ ଉଠାଇଛନ୍ତି  । ଆହୁରି ମଧ୍ୟ ଅନେକ ମହୁମାଛି ମହିଳାଙ୍କ ଆଖପାଖରେ ଉଡୁଥିବା ଦେଖିବାକୁ ମିଳିଛି ।

ଏହାକୁ ନେଇ ମହିଳା କହିଛନ୍ତି ଯେ, ସେ ଏପରି ଫଟୋ ସେୟାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ପେଟରେ କନ୍ୟା ସନ୍ତାନ ଅଛି । ଏପରି କରିବା ପାଇଁ ସେ ନିଜ ଡାକ୍ତରଙ୍କ ଅନୁମତି ମଧ୍ୟ ନେଇଛନ୍ତି । ପ୍ରାୟ ୧୦ ହଜାର ମହୁମାଛି ତାଙ୍କ ପେଟରେ ଲାଗି ରହିଛନ୍ତି । ସେ ଏହାର ଏକ ସ୍କ୍ରିନସଟ୍ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋ ପୋଷ୍ଟ ହେବା ପରେ ଅନେକ ୟୁଜର ସେ ଏପରି କଣ ପାଇଁ କଲେ ପ୍ରଶ୍ନ ପଚାରିଛନ୍ତି । ଆଉ କିଛି ୟୁଜର ଏହା ସ୍ୱାସ୍ଥ୍ଯ ପ୍ରତି ହାନିକାରକ କହିବା ସହ ଅନୁମତି ଦେଇଥିବା ଡାକ୍ତରଙ୍କୁ ଦୋଷ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.