ଗର୍ଭବତୀ ମହିଳା ପ୍ରତିଦିନ ଭଗବାନ ଗଣେଶଙ୍କ ଏହି ମନ୍ତ୍ର କରନ୍ତୁ ଜପ : ଶିଶୁ ଉପରେ ପଡ଼ିବ ସକରାତ୍ମକ ପ୍ରଭାବ

Published By : Prameya-News7 Bureau | December 04, 2019 IST

ଉଜ୍ଜୈନ ୪/୧୨: ଗର୍ଭବତୀ ମହିଳା ଯଦି ପ୍ରତିଦିନ ଗୋଟିଏ ଖାସ୍ ମନ୍ତ୍ର ଜପ କରିବେ ତେବେ ହେବାକୁ ଯାଉଥିବା ସନ୍ତାନ ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼ିବ। ଏହି ମନ୍ତ୍ର ଜପ କରିବା ଦ୍ବାରା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଗର୍ଭଧାରଣ ସମୟରେ ମହିଳା ଯେତେବେଳେ ବି ଏହି ମନ୍ତ୍ର ଜପ କଲେ ଶୁଭ ହୋଇଥାଏ। ଏହି ମନ୍ତ୍ରଗୁଡ଼ିକ ହେଲା :

‘‘ରକ୍ଷ ରକ୍ଷ ଗଣାଧ୍ୟକ୍ଷଃ ରକ୍ଷ ତ୍ରୈଲୋକ୍ୟ ନାୟକଃ।

ଭକ୍ତ ନାଭୟଂ କର୍ତ୍ତା ତ୍ରାତାଭବ ଭବାର୍ଣ୍ଣବାତ୍।।

ଜାଣନ୍ତୁ ମନ୍ତ୍ର ଜପ କରିବାର ନିୟମ :

wp:list
  • ଏହି ମନ୍ତ୍ର ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା କିମ୍ବା ଫଟୋ ସାମନାରେ ବସି ଜପ କରିବା ଉଚିତ୍।
  • ମନ୍ତ୍ର ଜପ କରିବା ପରେ ଭଗବାନ ଶ୍ରୀ ଗଣେଶଙ୍କୁ ମୋଦକ କିମ୍ବା ମୋତିଚୁର ଲଡ଼ୁ ଭୋଗ କରନ୍ତୁ।
  • ଏହା ପରେ ମହିଳା ଅଳ୍ପ ପ୍ରସାଦ ଗ୍ରହଣ କରନ୍ତୁ ଏବଂ ବାକି ପ୍ରସାଦ ପରିବାରର ଅନ୍ୟ ସଦସ୍ୟଙ୍କୁ ବାଣ୍ଟି ଦିଅନ୍ତୁ।
  • ଯଦି ସମ୍ଭବ ତେବେ ୟାଠାରୁ ଅଧିକ ଜପ ମଧ୍ୟ କରି ପାରିବେ। ଗର୍ଭବତୀ ମହିଳାଙ୍କ ଡେଲିଭରି ସମୟ ପାଖେଇ ଆସିଲେ ମାଳା ସଂଖ୍ୟା ବୃଦ୍ଧି କରାଯାଇପାରିବ। ଏହା ଦ୍ବାରା ସହଜରେ ପ୍ରସବ ହୋଇପାରେ।
  • ଗର୍ଭଧାରଣ ସମୟରେ ଯଦି ସୂର୍ଯ୍ୟ କିମ୍ବା ଚନ୍ଦ୍ର ଗ୍ରହଣ ଆସିଥାଏ ତେବେ ଏହି ଦିନ ଏହି ମନ୍ତ୍ର ଜପ କରନ୍ତୁ।
  • ଏହି ମନ୍ତ୍ର ଏକାନ୍ତ ସ୍ଥାନ ଅର୍ଥାତ୍ ରୁମରେ ବସି ଜପ କଲେ ଭଲ ହୋଇଥାଏ,କାରଣ ଏହା ଦ୍ବାରା ଏକାଗ୍ରତା ବଜାୟ ହୋଇଥାଏ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.