Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଗର୍ଭବତୀ କରୋନା ସଂକ୍ରମିତ ମା’ଠାରୁ ଛୁଆ ସଂକ୍ରମିତ ହୁଏନି, କିନ୍ତୁ ପ୍ରସବ ବେଳେ ଜରୁରୀ ସତର୍କତା

9/06/2021 at 5:55 PM

ଭୁବନେଶ୍ଵର ୦୯।୦୬: ରାଜ୍ୟରେ ସଂପ୍ରତି କରୋନା ସଂକ୍ରମଣର ପ୍ରକୋପ କମିବାରେ ଲାଗିଛି। ତଥାପି ବିପଦ ଏବେ ମଧ୍ୟ ଟଳିନାହିଁ। କେମିତି ସଂକ୍ରମଣରୁ ନିଜକୁ ସୁସ୍ଥ ରଖି ପାରିବେ ସେ ନେଇ ବିଶେଷଜ୍ଞମାନେ ସଚେତନ କରିବା ସହ ପରାମର୍ଶ ଦେଉଛନ୍ତି। ଏହି କ୍ରମରେ ଶିଶୁରୋଗ ବିଶେଷଜ୍ଞ ଆଦିତ୍ୟ ମହାପାତ୍ର କରୋନା ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଗର୍ଭାବସ୍ଥାରେ ମା ଯଦି କରୋନା ସଂକ୍ରମିତ ହୁଏ ତେବେ ଛୁଆ ସଂକ୍ରମିତ ହୁଏ ନା ନାହିଁ ତାର ଉପରେ ମହତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଡାକ୍ତର ଆଦିତ୍ୟ ମହାପାତ୍ର।

ସେ କହିଛନ୍ତି ଗର୍ଭାବସ୍ଥାରେ ଯଦି କୌଣସି ମା ସଂକ୍ରମିତ  ହୁଏ, ତେବେ ତାଙ୍କଠାରୁ ଛୁଆ ସଂକ୍ରମିତ ହେବ ନାହିଁ। ପିଲା ଜନ୍ମ ବେଳେ ସାବଧାନ ରହିଲେ, ମା ଠାରୁ ଛୁଆ ସଂକ୍ରମିତ ହେବନି। ପ୍ରସବ ବେଳେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବା ଜରୁରୀ। କଣ ଛୋଟ ଛୋଟ ପିଲାଙ୍କୁ ମାସ୍କ ଦିଆଯିବା ଜରୁରୀ ? ଏହା ପରେ ସେ କହିଛନ୍ତି ୨ ବର୍ଷରୁ କମ ସଂକ୍ରମିତ ଶିଶୁକୁ ମାସ୍କ ପିନ୍ଧିବା ଆବଶ୍ୟକତା ନାହିଁ। ୨ ରୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁ ଯଦି ମାସ୍କ ପିନ୍ଧି ପାରୁଛି ତେବେ ପିନ୍ଧାଇ ପାରିବେ।

ଶିଶୁର ଶ୍ଵାସକ୍ରିୟା ଦେଖି ହସ୍ପିଟାଲରେ ଭର୍ତ୍ତି କରି ପାରିବେ ଅଭିଭାବକ। ୨ ମାସରୁ କମ ପିଲା ଯଦି ମିନିଟ୍‌କୁ ୬୦ରୁ ଅଧିକ ନିଃଶ୍ଵାସ ନେଉଛି ତେବେ ତାହା ବିପଦ। ସେହି ପରି ୨ ରୁ ୧ ବର୍ଷର ଶିଶୁ ୫୦ରୁ ଅଧିକ, ୧ ରୁ ୫ ବର୍ଷର ପିଲା ୪୦ରୁ ଅଧିକ ନିଶ୍ଵାସ ନେଲେ ବିପଦ। ଏହି ପରି ୫ ବର୍ଷରୁ ଅଧିକ ବୟସର ପିଲା ମିନିଟକୁ ୩୦ରୁ ଅଧିକ ନିଶ୍ଵାସ ନେଉଥିଲେ ବିପଦ ବୋଲି ଡାକ୍ତର ଆଦିତ୍ୟ କହିଛନ୍ତି। ବିଶ୍ଵାସ ନେବା ବେଳେ କୁନ୍ଥେଇଲେ, ନିସ୍ତେଜ ହେଲେ ବିପଦ ଥିବା ଜାଣି ପାରିବେ। ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବା ଜରୁରୀ ବୋଲି ସେ କହିଛନ୍ତି।

   Related Posts